No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଜୁନ , ସୋମବାର ) ବରଗଡ଼ :- ଜିଲ୍ଲା ପ୍ରଶାସନ ର ତ୍ରୁଟି ପୂର୍ଣ୍ଣ ନୀତି ଓ ଚାଷୀଙ୍କ ଆନ୍ଦୋଳନ ସତ୍ବେ କୈାଣସି ପଦକ୍ଷେପ ଗ୍ରହଣ କରାଯିବା ଯୋଗୁଁ ଆଜି ଚାଷୀମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଅତାବିରା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ଗଜା ଧାନ ଗଛ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ର ଅନେକ ମଣ୍ଡିରେ ଧାନ ବିକ୍ରି ନହୋଇ ପଡ଼ି ରହିଥିବା ବେଳେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଲ ମଧ୍ୟରେ ଥିବା ଧାନରେ ଗଜା ହେଲାଣୀ ।
ସେହିପରି ମଣ୍ଡି ଗୁଡିକ ର ଅବସ୍ଥା ଶୋଚନୀୟ ଥିବାରୁ ଓ ଆବଶ୍ୟକ ତାରପୋଲିନ ଯୋଗାଇ ନ ଯିବାରୁ ବସ୍ତାରେ ଥିବା ଧାନ ମଧ୍ୟ ଗଜା ଦେଲାଣୀ । ଅନ୍ୟ ପକ୍ଷରେ ଧାନ ବିକ୍ରି ହୋଇପାରୁନଥିବାରୁ ଅନେକ ଚାଷୀଙ୍କ ଟୋକନ ଅବଧି ମଧ୍ୟ ଶେଷ ହୋଇଗଲାଣି । ଏହାର ତୁରନ୍ତ ସମାଧାନ କରିବାକୁ ଚାଷୀ ମାନେ ଦାବୀ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result