ପିପିଲି (ଓଡିଶା ତାଜାନ୍ୟୁଜ୍ ) ପିପିଲି 20.3.2020 :- ପିପିଲି, ସମଗ୍ର ବିଶ୍ୱରେ କରୋନା ଏବେ ଭୟଙ୍କର ରୂପ ନେଇଥିବାବେଳେ ଏହା ଏବେ ବିଶ୍ୱରେ ସତୁରି ଭାଗ ଦେଶରେ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ତେବେ ଏହି ମହାମାରୀରୁ ଦେଶକୁ ରକ୍ଷା କରିବା ପାଇଁ ଦେଶବାସୀ ସଚେତନ ହେଉଛନ୍ତି । ତେବେ ଓଡ଼ିଶାରେ ଦୁଇ ଜଣ ବ୍ୟକ୍ତି କରୋନାର ଶୀକାର ହୋଇଥିବାବେଳେ ଲୋକମାନେ ଏବେ ନିଜକୁ ଏବଂ ନିଜ ପରିବାରକୁ ସଚେତନ କରାଉଛନ୍ତି । ତେବେ ପିପିଲି ନିର୍ବାଚନ ମଣ୍ଡଳୀରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଦୁଇ ପାଦ ଆଗକୁ ଆସିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ଆଇନଜୀବୀ ନିଶିକାନ୍ତି ମିଶ୍ର ।
ଆଜି ପିପିଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁକୁ ଗାଁ ବୁଲି ମହାମାରୀ କରୋନା ସମ୍ପର୍କରେ ଲୋକମାନଙ୍କୁ ସଚେତନତା ବାର୍ତା ଦେବା ସହିତ ନିଜେ ଭୟଭୀତ ହୁଅନ୍ତୁ ନାହିଁ କି ଅନ୍ୟକୁ ଭୟଭୀତ କରାନ୍ତୁ ନାହିଁ । କେବଳ ସାମାନ୍ୟ ସଚେତନତା ହେଲେ ନିଜ ପରିବାର ଏବଂ ଅଂଚଳର ଲୋକମାନଙ୍କୁ କରୋନା ଠାରୁ ଦୂରେଇ ଦେଇ ପାରିବା । ଏହା ପରେ ଯେଉଁ ଗାଁକୁ ଯାଇଥିଲେ ସେହି ଗ୍ରାମର ଯୁବକମାନଙ୍କୁ ସାଥିରେ ଧରି ଘରକୁ ଘର ବୁଲି ମହିଳା ହୁଅନ୍ତୁ ଅଥବା ପୁରୁଷ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସଚେତନତା କରାଇବା ସହିତ ମାସ୍କ ବଂଟନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସାମ୍ବାଦିକ ଦ୍ୱିତୀକୃଷ୍ଣ ପଟ୍ଟନାୟକ, ଦିବାକର ଷଡ଼ଙ୍ଗୀ, ପ୍ରଦୀପ ବଢେଇ, ଟୁଟୁ ପରିଡ଼ା, ଅଜୟ ବେହେରା, ଦିପକ ସ୍ୱାଇଁ, ପ୍ରସନ୍ନ ପ୍ରଧାନଙ୍କ ସମେତ ଶତାଧିକ ଯୁବକ ଯୋଗ ଦେଇଥିଲେ ।