ବାଙ୍କୀ ଉପଖଣ୍ଡରେ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ବାଙ୍କୀ :- ଆଜି ବାଙ୍କୀ ଉପଖଣ୍ଡର ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓଉପଖଣ୍ଡ ଚିକିତ୍ସାଳୟରେ  ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପଖଣ୍ଡ ଚିକିତ୍ସାଳୟରେ ୩୭ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା ହୋଇ ସେଥି ମଧ୍ୟରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୫ ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କଟକ ପଠାଯାଇଥିଲା  ।  ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ୧୩୯ ଜଣଙ୍କର ଆଣ୍ଟିଜେନ୍ ସ୍ୱାବପରୀକ୍ଷା ହୋଇ ଥିଲା ସମସ୍ତ ଙ୍କ  ରିପୋଟ  କରୋନା ନେଗେଟିଭ ଚିହ୍ନଟ ହୋଇଛି  ।  

 

୧୦୭ ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ  କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓଉପସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି୩୪ ଜଣଙ୍କ ଠାରୁ ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ଥିଲା ସେଥି ମଧ୍ୟରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗତ ୧୧ ତାରିଖରେ କଟକ ପରୀକ୍ଷା ପାଇଁ ଯାଇଥିବା ଆର୍ଟିପିସିଆର ସ୍ୱାବ୍ ରିପୋଟ ଆଜି ପ୍ରକାଶ ହୋଇଥିଲା ସେଥିରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇ ଛନ୍ତି । (ରିପୋର୍ଟ :ଗୌତମ ମିଶ୍ର)