ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 20.3.2020 :- ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡ଼.ସସ୍ମିତ ପାତ୍ର ସଂସଦ ଅଧୀବେଶନରେ MSME ମନ୍ତ୍ରଣାଳୟର କାର୍ଯ୍ୟ ଉପରେ କର୍ମ ନିଯୁକ୍ତି ଓ ଅର୍ଥନୈତିକ ଅଭିବୃଦ୍ଧିରେ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସାମଗ୍ରିକ ବଜେଟ୍ ଆବଣ୍ଟନର ହ୍ରାସ ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ।
ଚଳିତ ମାସ ମାର୍ଚ୍ଚ୧୭ ତାରିଖରେ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଏବଂ ରାଜ୍ୟ MSME ମନ୍ତ୍ରୀ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମୁଦାୟ ୨୩୬ ଟି MSME କ୍ଲସ୍ଟର ମଧ୍ୟରେ ଓଡ଼ିଶାରେ ୪୫ ଟି ପ୍ରତିଷ୍ଠା କରିବାକୁ ଆଲୋଚନା ହୋଇଥିଲା । All India Manufacturers’ Organisation ର ସର୍ଭେ ରିପୋର୍ଟ ଅନୁସାରେ #COVID19 ସଂକ୍ରମଣ ଯଦି ବୃଦ୍ଧି ହୁଏ ତେବେ ପାଖାପାଖି ୨୫% MSME ସେଣ୍ଟର ବନ୍ଦ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯଥେଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ ଆବଣ୍ଟନ ଦେଇ MSME ସେଣ୍ଟର ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ ।