ବସ୍ତା ବ୍ଲକ (ଓଡଶା ତାଜା ନ୍ୟୁଜ୍ ) ବସ୍ତା ବ୍ଲକ 19.3.2020 :- ବସ୍ତା ବ୍ଲକର ରାଜଘାଟ ଅଂଚଳରେ ଏବେ ଜୀବନ ସାଥୀ ସଂଗଠନ ପକ୍ଷରୁ କରୋନା ସଂକ୍ରମଣ ନେଇ ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ଗ୍ରାମାଞ୍ଚଳରେ ସଂଗଠନର ସଭାପତି ତଥା ଯୁବ ସମାଜ ସେବକ ଦୀପ୍ତିମାନ ପତିଙ୍କ ଦ୍ୱାରା ‘ସଚେତନ ରୁହନ୍ତୁ କରୋନାକୁ ହରାନ୍ତୁ ‘ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ।
ସମସ୍ତେ ବାରମ୍ଵାର ହାତ ଧୋଇବା ,ମୁହଁରେ ମାସ୍କ ରୁମାଲ ବ୍ୟବହାର କରନ୍ତୁ ,ଜ୍ୱର,କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ,ଡାକ୍ତରଖାନା ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ।ଜନଗହଳି ସ୍ଥାନ,ସଭାସମିତି ଠାରୁ ଦୁରେଇ ରୁହନ୍ତୁ,ଅନ୍ୟ ମାନଙ୍କ ସହ ହାତ ମିଳାଇବାରେ ଦୁରେଇ ରୁହନ୍ତୁ,ଆଖିନାକପାଟି ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ ଏବଂ ମାସ୍କ ବଣ୍ଟନ କରିଥିଲେ । ବିଦେଶର ଘରକୁ ଫେରିଥିବା ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂପର୍କ କରିବାକୁ କୁହାଯାଇଛି ।