No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ ଶନିବାର ) ହିଞ୍ଜିଳିକାଟୁ :- କରୋନା ଭୁତାଣୁର ଦ୍ଵିତୀୟ ଲହର ସାରା ରାଜ୍ୟରେ ଅତି ଭୟଙ୍କର ସାବ୍ୟସ୍ତ ହୋଇଛି।ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଭୟ ଓ ଆତଙ୍କର କରୁଣ ପରିସ୍ଥିତି।କିଲର ଭାଇରସ ବହୁ ସଂକ୍ରମିତଙ୍କ ଅମୂଲ୍ୟ ଜୀବନକୁ ଗ୍ରାସ କରିବାରେ ଲାଗିଛି।ଏଭଳି ଭୟଙ୍କର ଚିତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ଘଟି ଚାଲିଛି।ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇ ଗ୍ରୀନଜୋନରେ ପରିଣତ ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସହର ଛାଡି ଏବେ ଗାଁ ମୁଁହା ହୋଇଛି ଘାତକ କରୋନା।ଗ୍ରାମାଞ୍ଚଳରେ ଏହାର ସଠିକ ସ୍ଥିତି ନିର୍ଣ୍ଣୟ କରିବା ଏବେ ଅତ୍ୟନ୍ତ ଜରୁରୀ ହୋଇଛି।ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ ହିଞ୍ଜିଳି ବ୍ଳକ ପ୍ରଶାସନ ପକ୍ଷରୁ କରୋନା ପରିଚାଳନା ଓ ଏହାର ସଠିକ ମୁକାବିଲା ପାଇଁ ପ୍ରାଥମିକତା ଦିଆ ଯିବା ସହ କରୋନା ମୁକ୍ତ ବ୍ଳକ ଭାବେ ପରିଣତ କରିବା ପାଇଁ ନିରନ୍ତର ଉଦ୍ୟମ ଅବ୍ୟାହତ ରହିଛି।ଗ୍ରାମାଞ୍ଚଳରେ କୋଭିଡ ସୁପରିଚାଳନା ଓ ଟୀକାକରଣ ସକାଶେ ଗୁରୁତ୍ୱାରୋପ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାର ସବୁ ବିଡ଼ିଓଙ୍କୁ ଜିଲ୍ଲାପାଳ ସୂଚନା ଦେଇଥିଲେ।ଏହି କ୍ରମରେ ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନା କ୍ରମାଗତ ଭାବେ ବ୍ଳକର ବିଭିନ୍ନ ପଞ୍ଚାୟତରେ ଯୁଦ୍ଧକାଳୀନ ଭିତ୍ତିରେ ବୈଠକମାନ ଆୟୋଜିତ କରି କରୋନା ପରିଚାଳନା ସହ ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ ସକାଶେ ଗୁରୁତ୍ୱାରୋପ କରିଛନ୍ତି।ଏହି ପରିପ୍ରେକ୍ଷୀରେ ପିଇଓ କିଶୋର ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଖଣ୍ଡରା ସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଜନ ପ୍ରତିନିଧି,କୋଭିଡ ମନିଟର,ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ବିଡ଼ିଓ ସୁବ୍ରତ କୁମାର ଜେନା ବୈଠକରେ ଯୋଗ ଦେଇ ପ୍ରଶାସନର କଟକଣା ଅନୁସାରେ ପଞ୍ଚାୟତରେ କୋଭିଡ ନିୟମ ଅନୁପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ।ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ୟାପକ ଟୀକାକରଣ ଓ ତୃତୀୟ ଲହର ସଂକ୍ରମଣ ଆଶଙ୍କା ଥିବାରୁ ଘରକୁ ଘର ବୁଲି ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ। ରୋଗକୁ ଲୁଚାଇ ଅନ୍ୟ ମାନଙ୍କ ପ୍ରତି ବିପଦ ସୃଷ୍ଟି କରିବା ଅପେକ୍ଷା ଟୀକା ଗ୍ରହଣ କରିବା ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉଚିତ ଔଷଧ ସେବନ କଲେ ପଞ୍ଚାୟତ ସମ୍ପୂର୍ଣ୍ଣ ରୂପେ ମହାମାରୀ କରୋନାରୁ ମୁକ୍ତ ହୋଇ ପାରିବ ବୋଲି ସେ ଉପସ୍ଥିତ ବ୍ୟକ୍ତି ସମୁହଙ୍କୁ କହିଥିଲେ।ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଅସୁବିଧା ସମ୍ପର୍କରେ ଜଣାଇବାକୁ ସେ ପରିପ୍ରକାଶ କରିଥିଲେ।ପରେ ଚାନ୍ଦୁଲି ଗ୍ରାମ ସ୍ଥିତ ଠାକୁରାଣୀ ମନ୍ଦିର ଓ ପୋୖରାଞ୍ଚଳକୁ ସଂଯୋଗ ନିମନ୍ତେ ପ୍ରସ୍ତାବିତ ଥିବା ସେତୁ ନିର୍ମାଣର କ୍ଷେତ୍ର ପରିଦର୍ଶନ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ସରୋଜ କୁମାର ମିଶ୍ରଙ୍କୁ ବିଡ଼ିଓ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।ବୈଠକରେ ଉପାଧ୍ୟକ୍ଷା ପ୍ରତିନିଧି ଅଶୋକ କୁମାର ପଣ୍ଡା,ସରପଞ୍ଚ ଲକ୍ଷ୍ମଣ ଗୌଡ଼,କନିଷ୍ଠ ଯନ୍ତ୍ରୀ ନୃସିଂହ ପାତ୍ର,ସୁଧୀର ସ୍ୱାଇଁ,କୈଳାସ ମହାନ୍ତି, ଜିଆରଏସ ବାଳକୃଷ୍ଣ ସାବତ, ଏଏନଏମ କାଞ୍ଚନମଣି ଦାସ,ୱାର୍ଡ ସଭ୍ୟ/ସଭ୍ୟା,ଆଶା ଦିଦି,ଅଙ୍ଗନବାଡି ଓ କୋଭିଡ ପରିଚାଳନା ସଦସ୍ୟ ଉପସ୍ଥିତ ଥିଲେ। ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result