No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁନ୍ , ଶୁକ୍ରବାର ) ଓଡ଼ଗାଁ :- ସାରା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁଦିନ ବୃଦ୍ଧିପାଉଥିବାରୁ ଆଜି ସକାଳ ୧୦ଟା ସମୟରେ ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ନାୟକଙ୍କ ନେର୍ତ୍ତୃତ୍ୱରେ ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ରାଧାକୃଷ୍ଣ ପେଟ୍ରୋଲ ପମ୍ପ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାନା ସ୍ଲୋଗାନ ଦେବା ସହିତ କଂଗ୍ରେସ ନେତାମାନେ ଉଭୟ ସରକାରଙ୍କ ମଧୁଚନ୍ଦ୍ରିକାକୁ ନେଇ ପ୍ରବଳ ବର୍ଷିଛନ୍ତି । ଆଜିର ବିକ୍ଷୋଭ ରେ ପୂର୍ବତନ ବ୍ଲକ କଂଗ୍ରେ ସଭାପତି ବସନ୍ତ କର,ଜିଲ୍ଲା ଛାତ୍ରସଭାପତି ଜ୍ୟୋତି ରଞ୍ଜନ ଦାସ ଓ ସମ୍ପାଦକ ତଥା ଆଇନଜିବୀ ବିଭୁତି ରାଉତଙ୍କ ସମେତ ଅନେକ ପୁରୁଖା କର୍ମୀ ଯୋଗଦେଇଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result