No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁନ୍ ଶୁକ୍ରବାର ) ବାଙ୍କୀ :-ଡମପଡା ବ୍ଲକ ଭାଗୀପୁର ଗ୍ରାମ ରୁ ଆଜି ଅପରାହ୍ନ ରେ ଏକ ହରିଣ ଛୁଆ କୁ ଗ୍ରାମ ଯୁବକଓ ବନ ବିଭାଗ କର୍ମଚାରୀ ଙ୍କ ସହଯୋଗ ରେ ଉଦ୍ଧାର କରାଯାଇଛି।ସୂଚନା ଯୋଗ୍ୟ ଆଜି କୋହଲା ମେଘୁଆ ପାଗ ଥିବାରୁ ଡମପଡା ଚନ୍ଦକା ଅଭୟାରଣ୍ୟ ର ଭାଗିପୁର ଜଙ୍ଗଲ ଅଞ୍ଚଳ ରୁ ଏକ ହରିଣ ଛୁଆ ଜଙ୍ଗଲରେ ବାଟ ଭୁଲି ଭଗିପୁର ଗ୍ରାମ ରେ ମୁଣ୍ଡ ରେ ବୁଲୁଥିଲା ।ହରିଣ ଛୁଆ କୁ ବୁଲୁଥିବା ଦେଖି ଗ୍ରାମ ର ଯୁବକ ମାନେ ଭଗିପୁର ବନ ବିଭାଗ କାର୍ଯ୍ୟାଳୟ କୁ ଏସମ୍ପର୍କ ରେ ଖବର ଦେଇଥିଲେ।ଫରେଷ୍ଟର ସଞ୍ଜୀବ କୁମାର ବେହେରା ବନ କର୍ମଚାରୀ ନରେନ୍ଦ୍ର ସାହୁ ସହ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମ ଯୁବକ ମାନଙ୍କ ସହଯୋଗ ରେ ହରିଣ କୁ ଉଦ୍ଧାର କରି ଥିଲେ।ହରିଣ କୁ ଚନ୍ଦକା ଅଭୟାରଣ୍ୟ ରେ କାଲି ଛାଡି ଦିଆ ଯିବ ବୋଲି ଫରେଷ୍ଟର ବେହେରା ସୂଚନା ଦେଇଛନ୍ତି ।
ବନ ବିଭାଗ ର ପେଟ୍ରୋଲିଂ ଅଭାବ ରୁ ଜଙ୍ଗଲ ର ବିଭିନ୍ନ ପଶୁ ଜଙ୍ଗଲ ବାହାରେ ବୁଲୁ ଛନ୍ତି ଏ ସମ୍ପର୍କରେ ସୂଚନା ବନ ବିଭାଗ ପାଖରେ ନାହିଁ ଜଙ୍ଗଲ ର ଚାରିପଟେ ପାଚେରୀ କରାଯାଉ ନାହିଁ ଚନ୍ଦକା ଡିଓଫୋ କେଦାର ସ୍ବାଇଁ ଙ୍କୁ ଏ ସମ୍ପର୍କରେ ପଚରିବାରୁ ଚେଷ୍ଟା କଲେ ସେ ବିରକ୍ତି ପ୍ରକାଶ କରୁଛନ୍ତି ଓ ଫୋନ କାଟି ଦେଉଛନ୍ତି।ଡମପଡା ରେଞ୍ଜ ଅଫିସର ଅଶୋକ ଦାସ ଙ୍କ ଫୋନ ନେଟୱାର୍କ ବାହାରେ କେତେବେଳେ ସୁଇଜ ଅଫ ଦେଖାଉଛି ।ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡମପଡା ଚନ୍ଦକା ରେଞ୍ଜ ଅଧୀନରେ ଥିବା ଜଙ୍ଗଲ ରେ ବିଭିନ୍ନ ବନ୍ୟପଶୁ ଙ୍କ ସୁରକ୍ଷା କିପରି କରାଯିବ ଓ ବନ୍ୟ ପଶୁ ଜଙ୍ଗଲ ରୁ ବାହାରି ଗ୍ରାମ୍ୟ କି ସହର ଆଡକୁ ଯାଇ ମୃତ୍ୟୁ ର ଶିକାର ନ ହୁଅନ୍ତୁ ସେ ସମ୍ପର୍କରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ବହୁ ବୁଦ୍ଧି ଜୀବୀ ଅନୁରୋଧ କରିଛନ୍ତି।ଡିଓଫୋ ସ୍ବାଇଁ ଡମପଡା ଜଙ୍ଗଲରେ ଥିବା ୫ଗୋଟି ପଡା ର ଲୋକ ମାନଙ୍କୁ ବିଭିନ୍ନ ମୌଳିକ ସୁବିଧା ରୁ ବଞ୍ଚିତ କରିବା ସହ ଉଚ୍ଚ ବାକ୍ୟ ରେ କଥା କହୁଛନ୍ତି ବୋଲି ଉକ୍ତ ପାଞ୍ଚ ପଡା ର ବହୁ ବ୍ୟକ୍ତି ପ୍ରକାଶ କରିଛନ୍ତି । ଡିଓଫୋ ସ୍ବାଇଁ ଙ୍କ କାର୍ଯ୍ୟ ଦକ୍ଷତା କୁ ତର୍ଜମା କରିବା ପାଇଁ ବିଭିନ୍ନ ବର୍ଗର ଲୋକେ ସରକାର ଙ୍କୁ ଅନୁରୋଧ କରିଛନ୍ତି । (ରିପୋର୍ଟ :ଗୌତମ ମିଶ୍ର)
No Result
View All Result