No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁନ୍ , ଗୁରୁବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାରେ ସାବିତ୍ରୀ ବ୍ରତ ଧୂମଧାମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ମହିଳାଙ୍କ ମନରେ ସେତେଟା ଉତ୍ସାହ , ଉଦ୍ଧିପନା ନଥିବା ଦେଖିବାକୁ ମିଳିଛି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳା ମାନେ ଦିନତମାମ ଉପବାସ ରହିବା ସହ ନୂତନ ଲୁଗା ପରିଧାନ କରି ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା । ଆମ୍ବ, ପଣସ, ନଡ଼ିଆ, କଦଳୀ, ସପୁରୀ, ବିଭିନ୍ନ ପ୍ରକାରର ପାଚିଲା ଫଳ, ତାଳ ଖଜୁରୀକୋଳି, କାକୁଡ଼ି, କଳାକାଚ, କାଠ ପାନିଆ ଇତ୍ୟାଦି ପିତଳ ଥାଳିରେ ନେଇ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା ।
ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ମନ୍ଦିର, ଦେବାଳୟ ଗୁଡ଼ିକ ବନ୍ଦ ରହିଥିବାରୁ ମହିଳା ମାନେ ନିଜ ଘରେ ଏବି କିଛି ମହିଳା ସାହିର ଏକ ସ୍ୱତନ୍ତ୍ର ସ୍ଥାନରେ ମିଳିତ ହୋଇ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷା ସହ ସାବିତ୍ରୀ ବ୍ରତ ପାଳନ କରୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ପୌରାଂଚଳର ସମସ୍ତ ମନ୍ଦିର ଗୁଡ଼ିକ ବନ୍ଦ ରହିଥିବା ବେଳେ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକର ମନ୍ଦିର ଗୁଡ଼ିକରେ ମହିଳା ମାନେ ସାବିତ୍ରୀ ବ୍ରତ ସକାଶେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା । (ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result