No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁନ୍ , ଗୁରୁବାର ) ହିଞ୍ଜିଳିକାଟୁ :- ୨୦୨୦-୨୧ ଆର୍ଥୀକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ତାଲିକାରେ ହିଞ୍ଜିଳିକାଟୁ ପୌରାଂଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ସ୍ଥାନ ପାଇଛନ୍ତି । ପରିବେଶ ସୁରକ୍ଷା, ବ୍ୟାପକ ଚାରାରୋପଣ ସହ ପ୍ଳାଷ୍ଟିକ ବର୍ଜ୍ୟବସ୍ତୁକୁ ସଠିକ ବିନିଯୋଗ କରି ବିଦ୍ୟାଳୟ ସମେତ ଗ୍ରାମ୍ୟ ପରିବେଶର
ସୁରକ୍ଷା ଦିଗରେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଏକ ନୂତନ ପରମ୍ପରା ସୃଷ୍ଟି କରିବା ଦିଗରେ ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ମୁନିଙ୍କ ଅବଦାନ ଅତୁଳନୀୟ । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ମୁନି ପ୍ରକୃତିବନ୍ଧୁ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ପରେ ସ୍ଥାନୀୟ ବ୍ଳକ ଶିକ୍ଷାଧିକାରୀ, ଏବିଇଓ, ସଂପୃକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ମୁନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । (ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result