No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ହିଞ୍ଜିଳିକାଟୁ :- ବାହାରେ ମୃତ୍ୟୁ ରୂପକ ଅଦୃଶ୍ୟ ଭୁତାଣୁ ଘୂରି ବୁଲୁଛି । ପାଦେ ପାଦେ ବିପଦ ରହିଛି । କ୍ଷମତା କି ଅର୍ଥବଳ କିଛି କାଟୁ କରୁନାହିଁ । କ୍ଷଣିକରେ ବହୁ ଲୋକଙ୍କ ଜୀବନ ଚାଲିଯାଉଛି । ସାବିତ୍ରୀରେ ନିଜ ସତ୍ୟବାନଙ୍କ ଲମ୍ବା ଆୟୁଷ ପାଇଁ ଚିନ୍ତ୍ିତ ଥିବା ସାବିତ୍ରୀ ମାନେ ଘାତକ କରୋନାକୁ ବେଖାତିର କରୁଥିବା ଭଳି ମନେ ହେଉଛି । ସାବିତ୍ରୀ ପୂଜା ପାଇଁ ନିଜ ସତ୍ୟବାନଙ୍କୁ ବଜାରର ଭିଡ଼ ଭିତରକୁ ଠେଲି ଦେଉଛନ୍ତି । ଆଉ ଏହାର ପରିଣାମ ଆଗକୁ ସାଂଘାତିକ ପରିସ୍ଥିତି ଆଡ଼କୁ ଟାଣି ଆଣିବ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ କରୋନାଂ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବହୁ ପରିମାଣରୋ ହ୍ରାସ ପାଇ ଆସୁଥିବା ବେଳେ ସାବିତ୍ରୀ ଓ ରଜତ୍ସୋବ ସଂକ୍ରମଣକୁ ନିମନ୍ତ୍ରଣ କରି ଡ଼ାକି ଆଣିବ ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଗୁରୁବାର ଦିନ ପାଳନ କରାଯିବ ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ ସ୍ତ୍ରୀ ମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଏହି ବ୍ରତରେ ପୂଜାର୍ଚ୍ଚନା ସକାଣେ ଆବଶ୍ୟକ ସମସ୍ତ ସାମଗ୍ରୀ କିଣିବା ପାଇଁ ବୁଧବାର ହିଞ୍ଜିଳିକାଟୁ ବଜାରରେ ଅସମ୍ଭାଳ ଭିଡ଼ ପରିଲିକ୍ଷିତ ହୋଇଥିଲା ।
ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହରକୁ ପ୍ରତ୍ୟହ ବଜାର ସଉଦା କରିବା ସକାଶେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ପ୍ରାୟ ୪୦ଖଣ୍ଡ ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ରାତି ପାହିଲେ ସାବିତ୍ରୀ । ଆବଶ୍ୟକ ପଣସ, ଆମ୍ବ, ତାଳ, ଖଜୁରୀକୋଳି, କାକୁଡ଼ି, ସପୁରି, କଦଳୀ, ନଡ଼ିଆ, ସେଓ, କଳାକାଚ, କାଠ ପାନିଆ, ଅଳତାପତ୍ର, ସିନ୍ଦୁର, କଜ୍ଜଳ ଓ ଅନ୍ୟାନ ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ହିଞ୍ଜିଳିକାଟୁ ବଜାରରେ ଗ୍ରାହକଙ୍କକ ଅସମ୍ଭବ ଭିଡ଼ ଲାଗି ରହିଥିଲା । ଲକଡ଼ାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦେକାନକୁ ବାଦ ଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସାବିତ୍ରୀ ପାଇଁ ବିଭିନ୍ନ ଦୋକାନ ବଜାର ଅଧା ସଟର ଖୋଲି ଗ୍ରାହକଙ୍କ ଭିଡ଼ ଜମାଇ ବେପାର କରୁଥିବାର ଦେଖିବାକୁ ମିଳିଥିଲା । ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହରରେ କରୋନାକୁ ମାତ ଦେବା ପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଥିବା ବେଳେ ବୁଧବାର ସ୍ଥାନୀୟ ବଜାରକୁ ଦେଖିଲେ ସତେ ଯେମିତି ଲାଗୁଥିଲା କରୋନା ବୋଲି କିଛିନାହିଁ । ଏପରିକି କିଛି ବୁଦ୍ଧିଜୀବି ସାବିତ୍ରୀ ବ୍ରତରେ ପୂଜା ଲାଗି ଫଳ କିଣିଲେ କରୋନା ଫ୍ରି ବୋଲି ଚର୍ଚ୍ଚା ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result