No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର )ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବିରୋଧୀ ଲଢେଇରେ ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳର କିଛି ବ୍ୟବସାୟୀ, ଲୋକମାନେ କରୋନା ଟିକା ଗ୍ରହଣ ସକାଶେ ଆଗ୍ରହ ପ୍ରକାଶ ସକାଶେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିକି ଯେଉଁମାନେ କୋଭିଡ଼-୧୯ର ୨ଟି ଡ଼ୋଜ ଟିକା ଗ୍ରହଣ କରିଛନ୍ତି, ସେମାନଙ୍କ ସକାଶେ ଏକ ବିଶେଷ ଅଫର ଘୋଷଣା କରାଯାଇଛି । ଅନଲାଇନରେ ସାମଗ୍ରୀ କିଣିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୫% ରିହାତି ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ପୌର ପ୍ରଶାସନ ଓ କିଛି ବ୍ୟବସାୟୀ ଏଭଳି ଲୋଭନୀୟ ଅଫର ଘୋଷଣା କରିଛନ୍ତି । ଗ୍ରାମାଂଚଳରେ କରୋନା ଟିକାକୁ ନେିଇ ଲୋକଙ୍କ ମନରେ ଭୟ ରହି ଆସିଥିବା ବେଳେ ଏଭଳି ଅଫର ଲୋକଙ୍କ ମଧ୍ୟରେ ଟିକା ଗ୍ରହଣ କରିବା ପାଇଁ ଆଗ୍ରହ ସୃଷ୍ଟି କରିବ ବୋଲି ଆଶା କରାଯାଇଛି । ଗତ ମାସ ୫ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଲକଡ଼ାଉନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନକୁ ବାଦ ଦେଲେ ପ୍ରାୟତଃ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।
କୋଭିଡ଼କୁ ମାତ ଦେବା ପାଇଁ ହିଞ୍ଜିଳିକାଟୁ ସହରର ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ଗତ କିଛି ଦିନ ପୂର୍ବେ ସ୍ୱତପ୍ରବୃତ ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବନ୍ଦ ରଖିବା ପାଇଁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲେ । ହେଲେ କଥ ଦେଇ କଥା ରଖିନଥିଲା ବଣିକ ସଂଘ । କରୋନା ଟିକା ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିବା ସକାଶେ ସ୍ଥାନୀୟ ପୌରାଂଚଳର କିଛି ବ୍ୟବସାୟୀ ଟିକାର ୨ଟି ଡ଼ୋଜ ଗ୍ରହଣ କରିଥିବା ଲୋକଙ୍କୁ ଅନଲାଇନ ମାଧ୍ୟମକରେ ସାମଗ୍ରୀ କ୍ରୟ କଲେ ୫% ରିହାତି ଦେବାକୁ ଘୋଷଣା କରିଛନ୍ତି । ଜଣେ ବ୍ୟକ୍ତିଙ୍କ ପାଇଁ ଅଫର କେବଳ ଗୋଟିଏ ଥରକ ପାଇଁ ଲାଗୁ ହେବା ସହ ଲକଡ଼ାଉନ ସମୟ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ବ୍ୟବସାୟୀଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ଦିବସରେ ସ୍ଥାନୀୟ ପୌରାଂଚଳର ୧୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଏଥିରେ ସାମିଲ ହୋଇଛନ୍ତି ।ସେଥି ମଧ୍ୟରେ ୪ଟି ତେଜରାତି ଦୋକାନ, ୪ଟି ଲୁଗା ଓ ପୋଷାକ ଦୋକାନ ସମେତ ୨ଟି ଭୋଜନାଳୟ ସାମିଲ ରହିଛନ୍ତି । ସଂପୃକ୍ତ ବ୍ୟବସାୟୀଙ୍କ ମୋବାଇଳ ନଂ ଦର୍ଶାଇ ଦିଆଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ଅଧିକରୁ ଅଧିକ ଟିକାଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ହିଞ୍ଜିଳିକାଟୁ ଅଂଚଳରେ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ୩୭ ହଜାର ୨ଶହ ଲୋକଙ୍କୁ ଟିକା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୫୭% ଲୋକଙ୍କୁ ଟିକା ଗ୍ରହଣ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଏଭଳି ଅଫରୁ ନେଇ ସ୍ଥାନୀୟ ଅଂଚଳରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ଏହାକୁ ନେଇ ସ୍ଥାନୀୟ ପୌର ପ୍ରଶାସନର ଏକ ଡ଼୍ରାମାବାଜି ବୋଲି କହିଛନ୍ତି । ଦର୍ଶଯାଇଥିବା ୧୦ଟି ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ମଧ୍ୟରୁ ୨ ଜଣଙ୍କ ମୋବାଇଲ ନମ୍ବର କାର୍ଯ୍ୟକାରୀ ନଥିବା କହିଛନ୍ତି । ୪ ଜଣ ବ୍ୟବସାୟୀ ଘଟଣା ନେଇ ଆଦୌ ଜାଣିନଥିବା କହିଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍ୟ ୨ ଜଣ ବ୍ୟବସାୟୀ କହିଛନ୍ତ ସ୍ଥାନୀୟ ପୌର କର୍ମଚାରୀ ମାନେ ବାଧ୍ୟ ବାଧକ ଭାବେ ନାମ ଲେଖାଇବାକୁ କହିଛନ୍ତି । ଅନ୍ୟ ପକ୍ଷରେ ୨ୟ ଡ଼ୋଜ ଟିକା ଗ୍ରହଣ ପାଇଁ ବହୁ ଲୋକ ଟିକା ଗ୍ରହଣ କେନ୍ଦ୍ରକୁ ଆସୁଥିବା ବେଳେ ବହୁ ସମୟରେ ଟିକା ଉପଲବ୍ଧ ନଥିବାରୁ ବିରକ୍ତ ଭାବ ପ୍ରକାଶ କରିବା ସହ ଅସନ୍ତୋଷ ବଢିବାରେ ଲାଗିଛି । ଏଭଳି ଅଫର ସ୍ଥାନୀୟ ପୌର ପ୍ରଶାସନ ଓ ନାମ କମାଇବା ଉଦ୍ଦେଶ୍ୟରେ ଏଭଳି ଅଫର ଘୋଷଣଶ ଏକ ଡ଼୍ରାମାବଜ ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result