No Result
View All Result
କ୍ରମଶଃ ଲେଖକ :- ରବୀନ ଚନ୍ଦ୍ର ଦାସ (ଲୁଲୁ),ବରଗଡ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବରଗଡ :- ପଶ୍ଚିମ ଓଡିଶାରେ ମଞ୍ଚ ନାଟକର ସୃଷ୍ଟିକର୍ତ୍ତା,ପ୍ରଥମ ନାଟ୍ୟକାର, ଭାଷା, ଲୋକକଳା ସଂସ୍କୃତି, କୋଶଲ/ସମ୍ବଲପୁରୀ ଲୋକନୃତ୍ଯ, ଶବ୍ଦନୃତ୍ୟର ପ୍ରଚାରକ, ଲୋକମହୋତ୍ସବର ଜନକ, କୋଶଲ ନାଟ୍ଯ ମହର୍ଷି ସ୍ବର୍ଗତ ଗୁରୁ ଭଗବାନ ସାହୁ ଙ୍କ ଜନ୍ମ ୧୯୩୧ ମସିହା ଜେଷ୍ଠମାସ ଦେବସ୍ନାନ ପୂର୍ଣ୍ଣିମା ତିଥିରେ ବରଗଡ଼ ଜିଲ୍ଲା ବରପାଲି ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏକ ଗୌନ୍ତିଆ ପରିବାରରେ ହୋଇଥିଲା ! ପିତା ପୁରନ୍ଦର ସାହୁ, ମାତା ସତ୍ୟଭାମା ସାହୁ !!
ଗୁରୁ ଭଗବାନ ସାହୁ ନାଟ୍ଯ କଳା ସଂସ୍କୃତି ଇତିହାସ ରେ ଏକମାତ୍ର ବ୍ୟକ୍ତି ଯିଏକି ୧୯୫୦ ମସିହା ରାମନବମୀ ତିଥିରେ କୁମ୍ଭାରୀ ଗ୍ରାମରେ ଏକ ନାଟକ ଅନୁଷ୍ଠାନ “ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ”ପ୍ରତିଷ୍ଠା କରି ନିଜେ ନାଟକ ଓ ଗୀତ ରଚନା,ନିର୍ଦ୍ଦେଶନା, ସଂଗୀତ, ନୃତ୍ୟ ନିର୍ଦ୍ଦେଶନା ଦେଇ, ସରକାରୀ ଚାକିରି ଛାଡି ଘରର ସମସ୍ତ ସମ୍ପତ୍ତିକୁ ଜଳାଞ୍ଜଳି ଦେଇ ବହୁ ଉତ୍ଥାନ ଓ ପତନ ଦେଇ ବିନା ସରକାରୀ ଅନୁଦାନ ରେ ୨୦୦୦ ମସିହା ରାମନବମୀ ତିଥି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ୫୦ ବର୍ଷ ପରିଚାଳନା କରି ୯୦୦୦ ରୁ ଉର୍ଦ୍ଧ ରାତ୍ରି ନାଟକ, କୋଶଲ/ ସମ୍ବଲପୁରୀ ଲୋକନୃତ୍ୟ ଏବଂ ଶବ୍ଦନୃତ୍ୟ ପରିବେଷଣ କରିଛନ୍ତି !
ଯାହାକି ଉଦ୍ୟମ ଅଭାବରୁ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ କିମ୍ବା ଲିମକା ବୁକ ଅଫ ୱାର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇପାରି ନାହିଁ !! ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯାନବାହନ ପ୍ରଚଳନ ନ ଥିବା ସମୟରେ ନିଜ ଶିଷ୍ୟ ମାନଙ୍କୁ ସାଙ୍ଗରେ ଧରି ହାରମୋନିୟମ ଓ ଅନ୍ୟାନ୍ୟ ନାଟ୍ଯ ସାମଗ୍ରୀ ଭାରରେ ବୋହି ପାଦରେ ଚାଲି ଚାଲି ପଶ୍ଚିମ ଓଡିଶା ଏବଂ ବର୍ତ୍ତମାନ ର ଛତିଶଗଡର ଅନେକ ଜିଲ୍ଲା ରେ ୨୦୦୦ (ଦୁଇ ହଜାର) ରୁ ଉର୍ଦ୍ଧ ରାତ୍ରି ନାଟକ, ଦଳଗତ ସମ୍ବଲପୁରୀ ଲୋକନୃତ୍ଯ ଏବଂ ଦଳଗତ ଶବ୍ଦନୃତ୍ୟ ପରିବେଷଣ କରିଛନ୍ତି !!
No Result
View All Result