କୋରାଇ (ଓଡିଶା ତାଜା ନ୍ୟୁଜ୍ ) କୋରାଇ 17.3.2020 ରିପୋର୍ଟ ରଶ୍ମିରେଖା ମଳିକି :- କୋରାଇ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା କ୍ଷେତ୍ରରେ ସରକାର ଗୁରୁତ୍ୱ ଦେଉଛନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ଗମନାଗମନର ସୁବିଧା ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କୋଟିକୋଟ ଟଙ୍କା ଖର୍ଚ୍ଚକରି ନିର୍ମାଣ କରାଯାଉଛି । ହେଲେ ରାଜନୈତି ଛକାପଞ୍ଝା ଓ ବିଭାଗୀୟ ଖାମଖିଆଲି ମନୋଭାବ ଯୋଗୁ ୧୫ବର୍ଷ ହେଲା ମରାମତି ହେଉନି ପଣ୍ଡୁଳା-ବେଗନା ଗ୍ରାମ୍ୟ ରାସ୍ତା । ରାସ୍ତା ସାରା ଖାଲମୟ ହୋଇ ଯାଇଥିବାରୁ ଯାତ୍ରୀଙ୍କ ନିମନ୍ତେ ମରଣଯନ୍ତା ପାଲୋଟିଛି ; ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ରଅସନ୍ତୋଷ ପ୍ରକାଶ ପାଇଛି । ଏହି ରାସ୍ତାଟି ଧନେଶ୍ୱର-କୋରାଇ ପୂଞ୍ଚର୍ରାସ୍ତାର କଲେଜ ନିକଟସ୍ଥ ପଣ୍ଡୁଳାଛକରୁ ବାହାରି ପାଣିକୋଇଲି-ରଗଡି ରାସ୍ତାର ବେଗନ ଛକକୁ ସଂଯୋଗ କରିଛି । ଦୀର୍ଘ ୪କି.ମି ବ୍ୟାପି ଏହି ରାସ୍ତାରେ ପଣ୍ଡୁଳା, ବେଗନା, ରଣେଶପୁର, ଆଲଡା ଆଦି ଗ୍ରାମର ଲୋକମାନେ ଯାଜପୁରରୋଡ, କୋରାଇ ରେଳଷ୍ଟେସନ, ବ୍ଲକ ଆଦିକୁ ଦୈନଦିନ ଯାତାୟତ କରିଥାନ୍ତି । ଏହି ରାସ୍ତଟି ସାମାନ୍ୟ ମାଟି ରାସ୍ତା ହୋଇରହିଥିଲା ବେଳେ ୧୫ବର୍ଷ ପୂର୍ବେ ତତ୍କାଳିନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଂଟିଆଙ୍କ ଉଦ୍ୟମକ୍ରମେ ତାଙ୍କ ହାତପାଣ୍ଠି ଜରିଆରେ ରାସ୍ତାଟି ପିଚୁରାସ୍ତା ଭାବେ ନିର୍ମାଣ ହୋଇଥିଲା । ହେଲେ ତାପରଠାରୁ ଏଥିମଧ୍ୟରେ ସକରାରୀ ଦଳର(ବିଜେପି ଓ ବିଜେଡି) ୪ଜଣ ବିଧାୟକ ବିଧାୟକା ହୋଇଥିହେଁ କେହି ଜଣେହେଲେ ବିଧାୟକ ଏହି ରାସ୍ତାରେ ମାଟିମୁଠେ ପକାଇବା ପାଇଁ ମନବଳାଇ ନାହାଁନ୍ତି । ବିଶେଷତଃ ରାସ୍ତାଟି ଏଆଇସିସିର ସାଧାରଣ ସଂପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଂଟିଆଙ୍କ ଗାଁ ରାସ୍ତା । ତେଣୁ ରାଜନୈତିକ ଅଭିସନ୍ଧିରଖି ସରକାରୀ ଦଳର ବିଧାୟକମାନେ ଏହି ରାସ୍ତା ନିର୍ମାଣ ପ୍ରତି ମନବଳାଉ ନାହାଁନ୍ତି । ଫଳରେ ରାସ୍ତାଟି ଦୀର୍ଘଦିନ ଧରି ମରାମତି ଅଭାବରୁ ରାସ୍ତା ସାରା ଖଲମୟ ହୋଇ ଯାଇଛି । ଖରାଦିନେତ ଏପରି ଅବସ୍ଥା ହୋଇଥିଲା ବେଳେ ବାର୍ଷ ଦିନର ରାସ୍ତାଟି ନଦୀଭ୍ରମ ସୃଷ୍ଟିକରେ । ଏପରି ବିପର୍ଯ୍ୟସ୍ଥ ସ୍ଥିତି ଯାତ୍ରୀଙ୍କ ପାଇଁ ମରଣ ଯନ୍ତା ପାଲୋଟିଛି । ରାସ୍ତା ନିର୍ମାଣ ଓ ମରାମତି ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ବିଭାଗୀୟଙ୍କୁ ଜଣାଇଲେ ମଧ୍ୟ ରାଜନୈତିକ ରାଜନୈତିକ କୃପା ହେଉନଥିବାରୁ ସେମାନେ ଏହି ରାସ୍ତା ନିର୍ମାଣ ପ୍ରତି ମନବଳାଉନାହାଁନ୍ତି । ଏଥିପ୍ରତି ଗ୍ରାମଉନ୍ନୟନ ମନ୍ତ୍ରୀ ଓ ଜିଲାପଳ ମହୋଦୟ ଦୃଷ୍ଟିଦେଇ ରାସ୍ତାଟିର ନିର୍ମାଣ ବ୍ୟବସ୍ଥା କରାଇବାକୁ ସ୍ଥାନୀୟ ଅଞ୍ଚଳବାସୀ ନିବେଦନ କରିଛନ୍ତି ।