No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବାଙ୍କୀ :- କରୋନା ସଂକ୍ରମଣ କୁ ରୋକ ଲଗେଇବା ଓ କରୋନା ରେ ମୃତ୍ୟୁ ହାର ଶୂନ୍ୟ କରିବା ପାଇଁ ଗାଁଗାଁ ରେ ଭ୍ରାମ୍ୟମାଣ ଏକ୍ସେରେ ସେବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଙ୍କ ନିଗଦର୍ଶନ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ କଟକ ଜିଲ୍ଲାରେ ଆରମ୍ଭ ହୋଇଛି।ଆଜି ପ୍ରଥମ ଥର ପାଇଁ ବାଙ୍କୀ ରେ ଗାଁଗାଁ ରେ ଭ୍ରାମ୍ୟମାଣ ଏକ୍ସେରେ ସେବା ଶୁଭାରମ୍ଭ ହୋଇଛି।ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁ ଓ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ଵଜିତ ପଣ୍ଡା ଙ୍କ ତତ୍ୱାବଧାନ ରେ ଏହି ଭ୍ରାମ୍ୟମାଣ ଏକ୍ସେରେ ସେବା ବାଙ୍କୀ ଉପଖଣ୍ଡ ର ୩ଗୋଟି ଗ୍ରାମ ରେ କରୋନା ରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନ ରେ ଥିବା ବ୍ୟକ୍ତି ମାନଙ୍କ ଛାତି ଏକ୍ସେରେ କରାଯାଇଥିଲା ।

ଆକ୍ରାନ୍ତ ବ୍ୟକ୍ତି ଙ୍କ ଛାତି ରେ ଫୁସଫୁସ କରୋନା ଆକ୍ରାନ୍ତ ହୋଇଛି କି ନାହିଁ ତାହା ଏକ୍ସେରେ ମାଧ୍ୟରେ ଜଣାପଡିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି।ଆଜି ସୁବର୍ଣ୍ଣ ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବୈଦେଶ୍ୱର ବିଦ୍ୟାଳୟ ଠାରେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା ଡାକ୍ତର ଇନ୍ଦିରା ପ୍ରିୟଦର୍ଶୀ ଙ୍କ ନେତୃତ୍ୱରେ ୧୫ଜଣଙ୍କ ଏକ୍ସେରେ ହୋଇଥିଲା ଏହି ଏକ୍ସେରେ ରିପୋର୍ଟ କଟକ ସ୍ୱାସ୍ଥ୍ୟ ବିଭାଗ କୁ ପଠା ଯାଇଛି ସେଠାରେ ଡାକ୍ତର ଏହାକୁ ଦେଖି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅବଗତ କରେଇ ଆକାନ୍ତ ବ୍ୟକ୍ତି ଙ୍କ ଚିକିତ୍ସା କରେଇବେ ସେହିପରି ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ନିସ୍ତିପୁର ବିଦ୍ୟାଳୟ ରେ୨୧ଜଣ ଓ ଗୋପାଳ ପୁର ପଞ୍ଚାୟତ ସିଙ୍ଘ ନାଥ ବିଦ୍ୟାଳୟ ରେ ୨୩ ଜଣଙ୍କ ଛାତି ଏକ୍ସେରେ କରାଯାଇଥିଲା ।
ଏହା ପୂର୍ବରୁ ବାଙ୍କୀ ଘାସିପୁଟ ଠାରେ ଥିବା କୋଭିଡ କେୟାର କେନ୍ଦ୍ର ଠାରେ ୩୩ ଜଣ କରୋନା ଙ୍କ ଛାତି ଏକ୍ସେରେ କରାଯାଇ ଥିଲା ସେମାନଙ୍କ ରିପୋର୍ଟ ଭଲ ଆସିଥିଲା।ଆଜି ପ୍ରଥମ ଥର ବାଙ୍କୀ ରେ ଗାଁ ଗାଁ ରେ ଭ୍ରାମ୍ୟମାଣ ଏକ୍ସେରେ ସେବା ଶୁଭାରମ୍ଭ ହୋଇଛି ବିଭିନ୍ନ ଗ୍ରାମରେ ଥିବା ଏକାଧିକ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ହୋମ ଆଇସୋଲେସନ ଥିବେ ସେମାନଙ୍କ ଛାତି ଏକ୍ସେରେ କରାଯିବ ଯେଉଁ ମାନଙ୍କ କିଛି ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା କରାଯିବା ସହ ବାଙ୍କୀ ରେ କରୋନା ସଂକ୍ରମଣ କୁ ରୋକ ଓ କରୋନା ରେ ମୃତ୍ୟୁ ହାର ଶୂନ୍ୟ କରିବା ଆମର ଲକ୍ଷ ବୋଲି ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ଜେନା ପ୍ରକାଶ କରିଛନ୍ତି। (ରିପୋର୍ଟ : ଗୌତମ ମିଶ୍ର)
No Result
View All Result