No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁନ୍,ମଙ୍ଗଳବାର ) ପଦ୍ମପୁର :- ରକ୍ତ ଦାନ ମହତ ଦାନ । ରକ୍ତ ଅଭାବ ରୁ ପ୍ରତିଦିନ ଶହ ଶହ ଲୋକ ମୃତ୍ୟୁ ବରଣ କରୁଥିବା ସମୟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ପାଇକମାଲ ବ୍ଲକ କୁଦୋଗୁଡା ( ଭୁବନେଶ୍ଵପୂର ) ଗ୍ରାମ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଥିଲା। ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ,ଯୁବ ମୋର୍ଚ୍ଚା ରାଜ୍ଯ ସଂପାଦକ ଶ୍ରୀ ପ୍ରୀତେଶ ବହିଦାର,ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ,

ବରିଷ୍ଠ ବିଜେପି ନେତା ଶ୍ରୀ ଅଶୋକ ମିଶ୍ର ,କୃଷକ ମୋର୍ଚ୍ଚା କୋଡିନେଟର ଶ୍ରୀ ଯୋଗୀନ୍ଦ୍ର ଭୋଇ,ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ରୀ ପର୍ଶୁରାମ ନାଏକ,ରଶେନ ପାଣିଗ୍ରାହୀ,ଲକ୍ଷ୍ମୀକାନ୍ତ ବରିହା,ଅଜିତ ସାହୁ,ମଣ୍ଟୁ ପାଣ୍ତେ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ରକ୍ତଦାନ ଶିବିରକୁ ଆଦିବାସୀ ମୋର୍ଚ୍ଚା ଏବଂ ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚା ତରଫରୁ ପରିଚାଳନା କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result