No Result
View All Result
ମହିଳା ଓ ଶିଶୁବିକାଶ ବିଭାଗର ‘ଟିକି ମାଉସୀ କହେ’ ଅଭିଯାନର ଶୁଭାରମ୍ଭ
କୋଭିଡ୍ ଆପ୍ରୋପ୍ରିଏଟ୍ ନୁ୍ୟଟି୍ରସନ୍ (କ୍ୟାନ୍) କୁ ବିଶେଷ ଗୁରୁତ୍ୱ
ଓଡ଼ିଶା ତାଜା ନ୍ୟୁଜ (୦୭ ଜୁନ ସୋମବାର ) ଭୁବନେଶ୍ୱର :- କୋଭିଡ୍ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏଭଳି ସଂକଟରୁ ଉଦ୍ଧାର ପାଇବା ନିମନ୍ତେ ଆମକୁ ସୁଚିନ୍ତିତ କୌଶଳ ଆପଣାଇବାକୁ ପଡ଼ିବ, ଯାହାଦ୍ୱାରା ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରିବ । ଏଥିପାଇଁ କୋଭିଡ୍ ସଚେତନତା ଏବଂ ନିୟମାବଳୀର କଠିନ ଅନୁପାଳନ ବ୍ୟବସ୍ଥାକୁ ଆମକୁ ଆହୁରି ଦୃଢ଼ୀଭୂତ କରିବାକୁ ହେବ । ପରିସ୍ଥିତିର ଦୃଢ଼ ମୁକାବିଲା କରିବା, ଯୋଗାଯୋଗ ମାଧ୍ୟମକୁ ଆହୁରି ସକି୍ରୟ କରିବା, ଏବଂ ସମାଜର ସବୁଠାରୁ ଶେଷଧାଡ଼ିରେ ଠିଆ ହୋଇଥିବା ଲୋକଟି ପାଖରେ କିଭଳି କୋଭିଡ୍ ସମ୍ବନ୍ଧୀୟ ସଠିକ ତଥ୍ୟ ଓ ସୂଚନା ପହଞ୍ଚିପାରିବ ସେଥିପାଇଁ ‘ଟିକି ମାଉସୀ କହେ’ ଏକ ଅଭିନବ ଅଭିଯାନ ବୋଲି ମିହଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି ।

ଆଜି ଅପରାହ@ରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ‘ଟିକି ମାଉସୀ କହେ’ କମିକ୍ ବୁକ୍, ପ୍ରଚାର ଓ ପ୍ରସାର ସାମଗ୍ରୀ ଏବଂ ଆନିମେଶନର ଲୋକାର୍ପଣ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ, ବିଭାଗର ମାସ୍କଟ ଟିକି ମାଉସୀ ଜରିଆରେ କୋଭିଡ୍ ମାର୍ଗଦର୍ଶିକା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ, ଏବଂ ଏହି ବାର୍ତ୍ତା ଅତିଶୀଘ୍ର ଏବଂ ସହଜରେ ଗୋଷ୍ଠୀର ସମସ୍ତ ସଦସ୍ୟଙ୍କ ନିକଟରେ ପହଞ୍ଚିପାରିବ । ବିଶେଷ କରି କୋଭିଡ୍ ସମୟରେ ମହିଳା, କିଶୋରୀ ଓ ଶିଶୁଙ୍କ ପୁଷ୍ଟିସାଧନ, ହିଂସାର ଶିକାର ହେଉଥିବା ମହିଳା ଓ କିଶୋରୀଙ୍କୁ ସୁରକ୍ଷା, କୋଭିଡ୍ ପ୍ରଭାବିତ ଶିଶୁମାନଙ୍କ ନିରାପତ୍ତା, ଶିଶୁ ଯନି ଅନୁଷ୍ଠାନ ଏବଂ ଆଶ୍ରୟ ଗୃହର ଅନ୍ତେବାସୀମାନଙ୍କ ପାଇଁ ଜାଣିବା କଥା ଆଦି ସଂପର୍କରେ ଏହିସବୁ ପ୍ରଚାର ପୁସ୍ତିକା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ।

ଏହିସବୁ ପୁସ୍ତିକା ପ୍ରକାଶନ ଏବଂ ଏହାର ଆବଶ୍ୟକତା ଏବଂ ବ୍ୟବହାର ସଂପର୍କରେ ସୂଚନା ପ୍ରଦାନ କରି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ, କୋଭିଡ୍ ଯୁଦ୍ଧରେ ଆମର ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ସେମାନଙ୍କ ମାଧ୍ୟମରେ ଗୋଷ୍ଠୀ ସ୍ତରରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି । ଏଥିପାଇଁ ବିଭାଗ ତରଫରୁ ପ୍ରାୟ ୭୦ ହଜାରରୁ ଊଦ୍ଧ୍ୱର୍ କାର୍ଯ୍ୟକର୍ତ୍ତାଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଛି । ଏବେ ସେମାନେ ଆମ ବିଭାଗର ମାସ୍କଟ ‘ଟିକି ମାଉସୀ’କୁ ସାମ୍ନାରେ ରଖି ଏହିସବୁ ପ୍ରଚାର ଓ ପ୍ରସାର ସାମଗ୍ରୀ ମାଧ୍ୟମରେ ବ୍ୟାପକ କୋଭିଡ୍ ସଚେତନତା ସୃଷ୍ଟି କରିବେ । କୋଭିଡ୍ ଆପ୍ରୋପି୍ରଏଟ୍ ନୁ୍ୟଟି୍ରସନ୍ (କ୍ୟାନ୍), ମମତା ଦିବସ, ଶିଶୁମାନଙ୍କୁ ସ୍ତନ୍ୟପାନ, ଘରୋଇ ହିଂସା ବିରୁଦ୍ଧରେ ସଚେତନତା ସୃଷ୍ଟି ଆଦି କାର୍ଯ୍ୟକ୍ରମ ଏହା ମାଧ୍ୟମରେ ବେଶ୍ ଫଳପ୍ରଦ ହୋଇପାରିବ ବୋଲି ପ୍ରମୁଖ ଶାସନ ସଚିବ ଆଶାପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ, କୋଭିଡ୍ ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ଅଧିକ ପ୍ରଭାବିତ ହୋଇଛନ୍ତି । ସେମାନେ ଆମର ଭବିଷ୍ୟତ । ବିଶେଷ କରି କୋଭିଡ୍ ସ୍ଥିତିରେ ବାଳିକାମାନେ ଅଧିକ ସମ୍ବେଦନ ପ୍ରବଣ ହେବାର ଆଶଙ୍କା ରହିଛି । ବାଳିକାମାନଙ୍କ କ୍ଷେତ୍ରରେ ସମ୍ଭାବ୍ୟ ବାଲ୍ୟବିବାହ, ଯୌନ ନିର୍ଯାତନା, କମ୍ ବୟସର ଗର୍ଭବତୀ ହେବା ଆଦି ପ୍ରସଙ୍ଗକୁ ନେଇ ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ଉଦ୍ବେଗ ପ୍ରକାଶ କରିବା ସହ ଏହାକୁ ପ୍ରତିହତ କରିବା ଦିଗରେ ଏହିଭଳି କୌଶଳପୂର୍ଣ୍ଣ ପ୍ରଚାର ଓ ପ୍ରସାର ଲାଭଦାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ୟୁନିସେଫ ସହଯୋଗରେ ପ୍ରସ୍ତୁତ ଏହି ପ୍ରଚାର ଅଭିଯାନ ସଂପର୍କରେ ସୂଚନା ଦେଇ ୟୁନିସେଫ୍, ଓଡ଼ିଶାର ମୁଖ୍ୟ କ୍ଷେତ୍ର ଅଧିକାରୀ ଡ. ମୋନିକା ନିଲେସନ୍ ମହିଳା ଓ ଶିଶୁ ବିକାଶ ବିଭାଗର ସମୟୋଚିତ ପଦକ୍ଷେପକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଶିଶୁ ଚାଲାଣ ଏବଂ ଏହାର ମୁକାବିଲା ପାଇଁ ଆଇନଗତ ବ୍ୟବସ୍ଥା, ମହିଳା, କିଶୋରୀ ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ଦିଆଯାଇଥିବା ବିଭିନ୍ନ ସହାୟତା ନମ୍ବର, ଆଇନଗତ ପୋଷ୍ୟସନ୍ତାନ ଗ୍ରହଣ, ଶିଶୁ ଯନି ଅନୁଷ୍ଠାନଗୁଡ଼ିକରେ ମାସ୍କର ସଠିକ୍ ବ୍ୟବହାର, କୋଭିଡ୍ ନିୟମାବଳୀର ଅନୁପାଳନ, ମହିଳା, କିଶୋରୀ ଓ ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନ ଆଦି ସଂପର୍କିତ ରଙ୍ଗୀନ ପୋଷ୍ଟର ଓ କମିକ୍ ବୁକ୍ ଉନ୍ମୋଚିତ ହୋଇଥିଲା । ଆନିମେସନ୍ ଜରିଆରେ ‘ଟିକି ମାଉସୀ’ଙ୍କ ଦ୍ୱାରା ଶିଶୁ ସୁରକ୍ଷା ଉପରେ ଦିଆଯାଉଥିବା ସଚେତନତାର ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ପ୍ରତ୍ୟେକ ପ୍ରଚାର ସାମଗ୍ରୀରେ ‘ଟିକି ମାଉସୀ’ଙ୍କୁ ମୁଖ୍ୟ ପ୍ରବକ୍ତା ଭାବେ ଉପସ୍ଥାପିତ କରାଯାଇଛି ଏବଂ ଏହିସବୁ ସାମଗ୍ରୀକୁ କ୍ଷେତ୍ରସ୍ତରରେ ବହୁଳ ଭାବେ ପ୍ରଚାର ପାଇଁ ବ୍ୟବହାର କାର୍ଯ୍ୟକୁ ନିଷ୍ପତ୍ତି ହୋଇଛି ।
ନିର୍ଦ୍ଦେଶକ, ସମାଜ କଲ୍ୟାଣ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଏହି ଅଭିଯାନର ସଫଳ ରୂପାୟନ ନିମନ୍ତେ କ୍ଷେତ୍ର କର୍ମଚାରୀମାନଙ୍କ ସକି୍ରୟ ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଭର୍ଚୁଆଲ ଲୋକାର୍ପଣ କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଡିଏସ୍ଡବ୍ଲୁ୍ୟଓ, ସିଡ଼ିପିଓ, ଡିସିପିଓ, ପ୍ରୋଗ୍ରାମ ଅଫିସର, ଶିଶୁ ଯନି ଅନୁଷ୍ଠାନ ଓ ଆଶ୍ରୟ ଗୃହର ପରିଚାଳକ ଓ କାର୍ଯ୍ୟକର୍ତ୍ତାମାନଙ୍କ ସମେତ ପ୍ରାୟ ୨୫୦୦ କ୍ଷେତ୍ର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ ।
No Result
View All Result