ନୟାଗଡ ଜିଲ୍ଲା, ରଣପୁର ( ଓଡିଶା ତାଜା ନ୍ୟୁଜ୍ ) ରଣପୁର 15.3.2020 ରିପୋର୍ଟ ସୋନୁ :- ରଣପୁର ବ୍ଲକର ଏନେଏସି ରେ ପଂଚୁଦୋଳ ଯାତ୍ରା ସମାପ୍ତ ହେଲା । ଅପରାହ୍ନରେ ମଣିନାଗ ଦେଵୀଙ୍କ ଯଜ୍ଞର ପୁର୍ଣ୍ଣାହୁତି ପରେ ପ୍ରଥମେ ମଣିନାଗ ଆସ୍ଥାନ ଛାଡିଥିଲେ ।
ପରେ ଏକ ଶୋଭାଯାତ୍ରାରେ ମା ମଣିନାଗ ଦୋଳଗୋବିନ୍ଦ ପଚୁଂମହାଦେବ ଙ୍କ ସମେତ ଅନ୍ୟାନ୍ୟ ଦୋଳ ଗୁଡିକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଆଜି ପଚୁଂ ଦୋଳରେ ହଜାର ହଜାର ଭକ୍ତ ୧୦୮ ଦୋଳଙ୍କ ମେଳନ ଦେଖିଥିଲେ ।
ସଂଧ୍ୟା ସମୟରେ ସମସ୍ତ ଦୋଳ ଗୁଡିକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ପହଚିଂ ବା ପରେ ମନ୍ଦିର ସମ୍ମୁଖରେ ନିର୍ଧାରିତ ନିତି ଅନୁଯାୟି ଆଳତୀ ହୋଇଥିଲା । ପରେ ଦୋଳଗୋବିନ୍ଦ ଜଗନ୍ନାଥ ମନ୍ଦିର ରେ ପ୍ରବେଶ ପରେ ଅନ୍ୟ ବିମାନ ଗୁଡିକ ନିଜ ନିଜ ଅଚଂଳକୁ ଫେରି ଯାଇଥିଲେ ।