No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ବାଙ୍କୀ :- ଜନସାଧାରଣ ଯେପରି ସମସ୍ତ ସରକାରୀ ସୁବିଧା ତତକ୍ଷଣାତ୍ ପାଇପାରିବେ ସେଥିନିମନ୍ତେ ସମୟ ସହ ତାଳ ଦେଇ ସରକାର କରିଛନ୍ତି ଅନଲାଇନ୍ ବ୍ୟବସ୍ଥା । ଏଥିରେ ସ୍ୱଚ୍ଛତା ରଖିବା ପାଈଁ ୫ଟି ମୋ ମୋ ସରକାର ଭଳି ବ୍ୟବସ୍ଥା ଲାଗୁ କରାଯାଇଛି ।କିନ୍ତୁ ବାଙ୍କୀ ତହସିଲ ରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି ।ବିଭିନ୍ନ ପ୍ରମାଣ ପତ୍ର ପାଇବା ପାଇଁ ଜନସାଧାରଣ ଅନଲାଇନ ମାଧ୍ୟମ ରେ ଆବେଦନ କରୁଥିବା ବେଳେ ବିଭାଗୀୟ କର୍ତୁପକ୍ଷ ଏହାକୁ ପ୍ରଦାନ କରିବାରେ ନାନା ମିଛ ବାହାନା କରି ବିଳମ୍ବ କରୁଥିବା ବହୁ ଆବେଦନ କାରୀ ଦୁଃଖ ର ସହ ପ୍ରକାଶ କରିଛନ୍ତି ।
ବିଶେଷ କରି ତହସିଲ ତରଫରୁ ବିଭିନ୍ନ ସେବା ଯୋଗାଇବା ନିମନ୍ତେ ଜନସାଧାରଙ୍କୁ ହଇରାଣ କରାଯାଉଥିବା ଜଣା ଯାଇଛି । କାର୍ଯ୍ୟାଳୟ ରେ ବିଭିନ୍ନ ଆବେଦନ କାରୀ ତହସିଲଦାର ସତ୍ୟ ରଞ୍ଜନ ପଣ୍ଡା ଙ୍କୁ ଏ ସମ୍ପର୍କରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।କରୋନା ମହାମାରୀ ସମୟରେ ଜନସାଧାରଙ୍କୁ ନିରବଚ୍ଛିନ୍ନ ଭାବେ ନିଜ ଘର ନିକଟରେ ସେବା ଯୋଗାଇ ଦେବା ନିମନ୍ତେ ସରକାର ଙ୍କ ତରଫରୁ ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଛି ମାତ୍ର ପ୍ରଥମେ ପ୍ରଥମେ ୩ ରୁ ଚାରିଦିନ ନିଜ ଲୋକଙ୍କ ଜାତି ଗତ ପ୍ରମାଣ ପତ୍ର ଓ ଜମି ପଟା ଦେଇ ପ୍ରଶାସନ ରୁ ବାହା ବାହା ସାଉଁଟି ଥିଲା।ମାତ୍ର ୪ଦିନ ପରେ ପୁନଃ ପୂର୍ବଅବସ୍ଥା କୁମ୍ଭକର୍ଣ୍ଣ ନିଦ୍ରା ରେ ବାଙ୍କୀ ତହସିଲ ।
ବାଙ୍କୀ ତହସିଲ ରେ ବର୍ତମାନ ୫ଟି କି ମୋ ସରକାର କାର୍ଯ୍ୟ କରୁନଥିବା ପରି ଲାଗୁଛି ।ବାଙ୍କୀ ତହସିଲଦାର ଏହା ଦିଗରେ କାର୍ଯ୍ୟାନୁଷ୍ଠାନ ନ ନେଇ ଆଖି ରେ ଅନ୍ଧ ପୁଟୁଳି ପିନ୍ଧି ବସିରହିବା ବସ୍ତବିକ ଦୁର୍ଭାଗ୍ୟର ବିଷୟ ବୋଲି ସ୍ଥାନୀୟ ଅଞ୍ଚଳ ବହୁ ହିତାଧିକାରୀ ପ୍ରକାଶ କରିଛନ୍ତି ।ବାଙ୍କୀ ତହସିଲ ରେ ଉତ୍ତରାଧିକାରୀ ପ୍ରମାଣ ପତ୍ର ନିମନ୍ତେ ତହସିଲ କର୍ମଚାରୀ ହିତାଧିକାରୀ ଙ୍କ ସହ ମୁଲଚାଲ କରୁଥିବା ବହୁ ହିତାଧିକାରୀଙ୍କ ଠାରୁ ଅଭିଯୋଗ ହେଉଛି ।କେତେ ଦିନ ରେ ପ୍ରମାଣ ପତ୍ର ଆବଶ୍ୟକ ସେହି ଅନୁସାରେ ଅର୍ଥ ଦେବା କୁ ଦାବି ହେଉଛି । ତହସିଲ କାର୍ଯ୍ୟାଳୟ ରେ ଏହି ବିଭାଗ କୁ ସାମ୍ଭଳୁଥିବା ଜଣେ ଡ଼ିଲିଙ୍ଗ୍ ଆସିଷ୍ଟାଣ୍ଟ୍ ଏପରି କରୁଥିବା ଅଭିଯୋଗ ହେଉଛି ।
ସବୁ ପ୍ରମାଣ ପତ୍ର ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଥିବା ବେଳେ ଅର୍ଥ ନେଇ ଅଧ ଘଣ୍ଟା ମଧ୍ୟରେ ଉତ୍ତରାଧିକାରୀ ଭଳି ପ୍ରମାଣ ପତ୍ର ଦିଆ ଜାଉଥିବା ଜଣାପଡିଛି ।ଲୋକେ ତହସିଲଦାର ସତ୍ୟ ରଞ୍ଜନ ପଣ୍ଡା ଙ୍କୁ ଅଭିଯୋଗ କଲେ ସେ କହୁଛନ୍ତି କିଛି ସମୟ ସୀମା ନାହିଁ ଆମ ଇଛା ଅନୁସାରେ ଆମେ କରିବୁ ବୋଲି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ତହସିଲଦାର ସତ୍ୟ ରଞ୍ଜନ ପଣ୍ଡା ଙ୍କୁ ପଚାରିବାକୁ ଚେଷ୍ଟା କରୁବାରୁ ସେ ଫୋନ ୪ଥର କଟିଦେଇ ଥିଲେ ଯୋଗାଯୋଗ ସମ୍ଭବ ହୋଇନଥିଲା । (ରିପୋର୍ଟ :ଗୌତମ ମିଶ୍ର)
No Result
View All Result