No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଓଡ଼ିଶା ମୋ ପରିବାର ପକ୍ଷରୁ ଆଜି ବିଶ୍ଵ ପରିବେଶ ଉପଲକ୍ଷେ ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପୋଣ କରାଯାଇଥିଲା, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଙ୍କ ନିର୍ଦ୍ଦେଶ ଅନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜଜେମା କଲ୍ୟାଣୀ ଗଜପତି, ମୋ ପରିବାର ସଂଯୋଜିକା ଇନ୍ଦିରା ପଟ୍ଟନାୟକ,

ଯୁବ ବିଜେଡ଼ି ସଭାପତି ଏସ. ଲିଙ୍ଗରାଜ, ଛାତ୍ର ବିଜେଡ଼ି ସଭାପତି ବିଶ୍ୱଜିତ ତ୍ରିପାଠୀ, ବିଜେଡ଼ି କର୍ମୀ ସୁଜିତ ଦାସ, ଶାନ୍ତିଲତା ଜେନା, ଦୁର୍ଗା ମାଧବ ପାଣିଗ୍ରାହୀ , ଚାନ୍ଦ ମହାରଣା,ବରିଷ୍ଠ ନାଗରିକ ତ୍ରିନାଥ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଅର୍ବାନ ବ୍ୟଙ୍କ ପଡିଆ, ପାରଳାଖେମୁଣ୍ଡି ଥାନା ପରିସରରେ ଓ ଅନ୍ୟନ୍ୟ ସ୍ଥାନରେ ପ୍ରାୟ ୫୦ ଗୋଟି ବିଭିନ୍ନ ପ୍ରକାର ଗଛ ଲଗାଇଥିଲେ l ( ରିପୋର୍ଟ- ଗରୁଡ଼ଧ୍ଵଜ ଚୌଧୁରୀ )
No Result
View All Result