No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ପାରଳାଖେମୁଣ୍ଡି :- ରାଜ୍ୟ ସରକାର ଯୋଗାଉଥିବା ଗରିବ ପରିବାର ଓ ରେସନକାର୍ଡ଼ଧାରୀଙ୍କ ପାଇଁ ଆସୁଥିବା କିରୋସିନିକୁ ଚୋରି କରି ବିକ୍ରି ହେଉଥିବା ବେଳେ ଗ୍ରାମବାସୀ ଧରି ଖାଉଟି ବିଭାଗକୁ ଜଣାଇଥିଲେ । କିନ୍ତୁ ଘଟଣା ଘଟିବାର ଏକ ମାସ ବିତିଗଲାଣି ତଥାପି ଖାଉଟି ବିଭାଗ ଚୁପ ରହିଛି । ମୋହନା ବ୍ଲକ ପିଣ୍ଡିକି ପଂଚାୟତର ଦଳିତ ସାହିରେ ଗତ ମେ ମାସ ୧୦ ତାରିଖରେ ୪୦୦ ଲିଟର କିରୋସିନି ଏକ ଟ୍ରାକ୍ଟରରେ ଲୋଡ ହୋଇ ଅନ୍ୟତ୍ର ବିକ୍ରୀ ଉଦ୍ଦେଶ୍ୟରେ ଯାଉଥିଲା ।
ବିତରକ ତ୍ରିନାଥ ବେହେରା ନିଜ ଘର ନିକଟରୁ ଏକ ନଂମ୍ବର ବିହୀନ ଟ୍ରାକ୍ଟର ଯୋଗେ କିରୋସିନି ବ୍ୟାରେଲ ଗୁଡିକୁ ଲୋଡ଼ କରି ଚନ୍ଦ୍ରଗିରୀ ନିକଟ ଦାରୁପାଣି ନିକଟରେ ଥିବା ଏକ କ୍ରସରକୁ ନେଉଥିବା ଟ୍ରାକ୍ଟର ଚାଳକ କହିଥିଲେ । ଗ୍ରାମବାସୀ ଏହି ଘଟଣା ଜାଣିବା ପରେ ଯୋଗାଣ ନିରୀକ୍ଷକ ସଞ୍ଜୟ ମଳିକଙ୍କୁ ଖବର ଦେଇଥିଲେ । ଯୋଗାଣ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । କିନ୍ତୁ ଏହି ଘଟଣାକୁ ଏକ ମାସ ବିତିଗଲାଣି । ହେଲେ ଯୋଗାଣ ନିରୀକ୍ଷକ ଓ ବ୍ୟବସାୟୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ ବର୍ତ୍ତମାନ ସୁଦ୍ଧା କୋଣସି ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ପଂଚାୟତବାସୀ ଅଭିଯୋଗ କହିଛନ୍ତି । ( ରିପୋର୍ଟ- ଗରୁଡ଼ଧ୍ଵଜ ଚୌଧୁରୀ )
No Result
View All Result