ନୟାଗଡ ଜିଲ୍ଲା, ରଣପୁର (ଓଡିଶା ତାଜା ନ୍ୟୁଜ୍ ) ରଣପୁର 15.3.2020 ରିପୋର୍ଟ ସୋନୁ :- ରଣପୁର ବିଜ୍ଞାପିତ ଅଂଚଳରେ ୧୦୮ ମହାପ୍ରଭୁଙ୍କ ପଞ୍ଚୁଦୋଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାକୁ ରଣପୁର ସମେତ ବହୁ ଦୂର ଦୁରାନ୍ତରୁ ୧୦୮ ଠାକୁର ଆସିଥାନ୍ତି । ଶନିବାର ବିଳମ୍ବିତ ରାତିରେ ରଣପୁର ଅଧିଷ୍ଠାତ୍ରୀ ଦେବୀ ମା ମଣିନାଗ ଏକ ବିରାଟ ଶୋଭାଯାତ୍ରାରେ ବଡ଼ ଦାଣ୍ଡ ଦେଇ ପଞ୍ଚୁଦଳ ପଡିଆରେ ଆସ୍ଥାନ ଗ୍ରହଣ କରିଥିଲେ । ପରେ ଅନ୍ୟ ଦୋଳମାନେ ଜଗନ୍ନାଥ ମନ୍ଦିର ନିକଟରେ ପହଂଚି ସ୍ଵପ୍ନେଶ୍ଵରଙ୍କୁ ଆଣିବାକୁ ଯାଇଥିଲେ ।
ସ୍ଵପ୍ନେଶ୍ଵର ଆସିବା ପରେ ଜଗନ୍ନାଥ ମନ୍ଦିରରୁ ଦୋଳ ଗୋବିନ୍ଦ ଆସିଥିଲେ । ଏହା ପରେ ଏକ ବିରାଟ ଶୋଭା ଯାତ୍ରାରେ ଦୋଳଗୁଡିକ ପଞ୍ଚୁଦୋଳ ପଡିଆ ଅଭିମୁଖେ ବାହାରି ଥିଲେ l ପୂର୍ବ ବର୍ଷ ଭଳି ଚଳିତ ବର୍ଷ କରୋନା ସଚେତନତା ଯୋଗୁଁ ଏହି ପଟୁଆଳ ସମୟରେ କୌଣସି ସଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇ ନ ଥିଲା କି ଜନ ସମାଗମ ଦେଖିବାକୁ ମିଳି ନ ଥିଲା ।
କରୋନା ର ପ୍ରଭାବ ଚଳିତ ବର୍ଷ ପଞ୍ଚୁଦଳ ରେ ଦେଖିବାକୁ ମିଳିଛି । ଯାହା ଫଳରେ ପ୍ରତି ବର୍ଷ ଲକ୍ଷାଧିକ ଲୋକ ସମାଗମ ହେଉ ଥିବା ବେଳେ ଚଳିତ ବର୍ଷ ବହୁ କମ ସଂଖ୍ୟାରେ ଭକ୍ତମାନେ ଆସିଥିବା ଦେଖିବାକୁ ମିଳିଛି । ଦୋକାନ ବଜାର ମଧ୍ୟ ବହୁ କମ ସଂଖ୍ୟାରେ ପଡ଼ିଥିବା ଦେଖିବାକୁ ମିଳିଛି । ସରକାରଙ୍କ କରୋନା ନେଇ ସଚେତନତା ବାର୍ତ୍ତା ପ୍ରଚାର ପ୍ରସାର ଯୋଗୁଁ ଲୋକମାନେ ସଚେତନ ହୋଇ ବହୁ ଭକ୍ତ ଯାତ୍ରା କୁ ଆସୁ ନ ଥିବା କମିଟିର ସଦସ୍ୟମାନେ କହିଛନ୍ତି ।
ଯେଉଁ ଭକ୍ତମାନେ ଆସୁଛନ୍ତି କେବଳ ପାରମ୍ପରିକ ରୀତି ଅନୁଯାୟୀ ଠାକୁରମାନଙ୍କୁ ଦର୍ଶନ କରି ଫେରି ଯାଉଥିବା ଦେଖିବାକୁ ମିଳିଛି । ରବିବାର ଅପରାହ୍ନରେ କୌଣସି ପଟୁଆର କିମ୍ବା ସଂସ୍କୃତିକ କାର୍ଯ୍ୟକ୍ରମ କରା ନ ଯାଇ କେବଳ ପାରମ୍ପରିକ ପ୍ରଥାରେ ଘଣ୍ଟ, କାହାଳି ମାଧ୍ୟମରେ ମେଳଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କିନ୍ତୁ ପୁର୍ବ ବର୍ଷ ଭଳି ଚଳିତ ବର୍ଷ ରଣପୁର ର ମହାରାଜା ମା ମଣିନାଗ ଙ୍କ ଠାରେ ପୁଜା ଅର୍ଚନା କରିବା ୧୦୮ ଠାକୁର ଙ୍କୁ ଦର୍ଶନ କରି ବସ୍ତ୍ର , ଭୋଗ , ପାଉଣା ଦେଇ ଦୋଳ ଦର୍ଶନ କରିଥିଲେ ଏହି ପଂଚୁଦୋଳ ରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇ ପ୍ରତ୍ୟକ ଠାକୁର ଙ୍କୁ ଦାନ ଦକ୍ଷିଣା ଦେଇଥିଲେ ।