No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ହାଇଦରାବାଦ :- ହାଇଦରାବାଦ ପରେ ଏବେ ଚେନ୍ନଇ ଚିଡ଼ିଆଖାନାରେ ସିଂହ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଭାନ୍ଦାଲୁରସ୍ଥିତ ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ ପରେ ଏହି ସଂକ୍ରମଣ ସମ୍ପର୍କରେ ସୂଚନା ମିଳିଛି । ସମ୍ପୃକ୍ତ ସିଂହୀଠାରେ କରୋନା ସଂକ୍ରମଣର ସମସ୍ତ ଲକ୍ଷଣ ପ୍ରକାଶ ପାଇଥିଲା । ଚିଡ଼ିଆଖାନାରେ ସମ୍ପ୍ରତି ୯ ସିଂହ ସଂକ୍ରମିତ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେବା ସହ ଚିଡ଼ିଆଖାନାକୁ ବନ୍ଦ କରି ଦିଆଯାଇଥିବା କହିଛନ୍ତି। ମେ ମାସରେ ହାଇଦରାବାଦର ନେହରୁ ପ୍ରାଣୀ ଉଦ୍ୟାନରେ ପ୍ରଥମ ଥର ବନ୍ୟ ଜନ୍ତୁଙ୍କଠାରେ କରୋନା ଭୂତାଣୁ ଠାବ କରାଯାଇଥିଲା । ଏଥିରେ ୮ ସିଂହ ସଂକ୍ରମିତ ହୋଇଥିଲେ ।
ସୂଚନାନୁଯାୟୀ, ଚେନ୍ନଇ ମହାନଗରୀ ସନ୍ନିକଟ ଭାନ୍ଦାଲୁର ଚିଡ଼ିଆଖାନାରେ ମୋଟ ୧୩ ସିଂହ ଅଛନ୍ତି। ସମସ୍ତଙ୍କର ନମୁନା ପରୀକ୍ଷା ପାଇଁ ମଧ୍ୟପ୍ରଦେଶର ଭୋପାଳସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ ହାଇ ସିକ୍ୟୁରିଟି ଡିଜିସେସ୍ (ନିସାଦ୍)କୁ ପଠାଯାଇଥିଲାବେଳେ ୯ଟି ସଂକ୍ରମିତ ଥିବା ଜଣାପଡ଼ିଛି । ଏବେ ଅଧିକ ଅନୁଧ୍ୟାନ ପାଇଁ ନମୁନା ଉତ୍ତର ପ୍ରଦେଶର ବରେଲୀସ୍ଥିତ ଇଣ୍ଡିଆନ୍ ଭେଟେରିନାରି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଏବଂ ହାଇଦରାବାଦସ୍ଥିତ ସେଣ୍ଟର ଫର ସେଲୁଲାର ଆଣ୍ଡ ମଲେକୁଲାର ବାୟୋଲୋଜିିକୁ ପଠାଯାଇଛି । ଏଥିସହିତ ଚିଡ଼ିଆଖାନାରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି ।
No Result
View All Result