No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୫ ଜୁନ୍ ଶନିବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡା ବ୍ଲକ ଅନ୍ତର୍ଗତ ଜାତମଣ୍ଡିଆ ନିକଟରେ ହୋଇଥିବା ସାଇ ସାମର୍ଥ ଚିକିତ୍ସା ଲୟ ପ୍ରାଙ୍ଗଣ ରେ ଥିବା କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା କୋଭିଡ ସଂକ୍ରମିତ ଙ୍କୁ ଆଜି ଅଂଶୁପା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।
ବାଙ୍କୀର ବିଭିନ୍ନ ଅଞ୍ଚଳ ରୁ ଆସି ଚିକିତ୍ସିତ ହେଉଥିବା ୩୭ ଜଣ କୋଭିଡ ସଂକ୍ରମିତ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ଥିଲା।ଅଂଶୁପା ଆଞ୍ଚଳିକ ବିକାଶ ମଞ୍ଚ ର ସଭାପତି ଅରୁପ ବେହେରା,ଉପସଭାପତି ପିଣ୍ଟୁ ପରିଡା, ଅଜୟ କୁମାର ରାଉତ, ଶିବ ପ୍ରସାଦ ସାହୁ, ସୋମ୍ୟରଂଜନ ପ୍ରଧାନ, ଦିବ୍ୟଲୋଚନ ସ୍ୱାଇଁ, ବିଶ୍ୱଜିତ ଦାସ ପ୍ରମୁଖ ବଣ୍ଟନ କରିଥିଲେ ।
ଏଭଳି ଜନସେବା କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଆଞ୍ଚଳିକ ବିକାଶ ମଂଚ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସାଇ ସାମର୍ଥ ହସ୍ପିଟାଲ ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଅବିନାଶ ସ୍ୱାଇଁ ଙ୍କ ଉପସ୍ଥିତିରେ ବଣ୍ଟନ କାର୍ଯ୍ୟ କରାଯାଇଥିଲା।ବଣ୍ଟନ ସମୟରେ ସାଇ ସାମର୍ଥ ହସ୍ପିଟାଲର କର୍ମଚାରୀ ମାନେ ସହଯୋଗ କରିଥିଲେ । (ରିପୋର୍ଟ :ଗୌତମ ମିଶ୍ର)
No Result
View All Result