ଭୁବନେଶ୍ୱର (ଓଡିଶାତାଜାନ୍ୟୁଜ୍ ) ଭୁବନେଶ୍ୱର 2020 ଦୀପ୍ତିମାନ୍ ପତି :- ଜାଣିଛି ତୁମେ ଯେଉଁଠି ଥାଅ ଓଠକୁ ଦୁଇ ଦାନ୍ତ ମଝିରେ ଚାପି ଅକୁହା ବାହାନାରେ ମାଟିକୁ ଉଖୁରଉଥିବ ଗୋଡ ନଖରେ…..ଅତ୍ୟନ୍ତ ଅନ୍ୟମନସ୍କରେ ଘୁରି ଘୁରି ଚାହୁଁଥିବ ଏଣେ ତେଣେ ଧକ୍ ଧକ୍ ଛାତିକୁ ଛୁଇଁ ଛୁଇଁ ବାରମ୍ବାର, କେବଳ ମୋ ପ୍ରତୀକ୍ଷାରେ…….ହେ, ଶୁଣ….. “ମୁଁ” ତୁମ ସହ ଭେଟ ହୁଏ କି ନ ହୁଏ………ମୋ କଥା ଟିକେ ଭାବି ଆଖି ବୁଜି ଦେଖିବ……… “ମୁଁ” କେମିତି ଠିଆ ହୋଇଛି ତୁମ ସାମ୍ନାରେ ମାଖିବାକୁ ପ୍ରେମ ରଙ୍ଗ ଟିକେ ତୁମ ସର୍ବାଙ୍ଗରେ…ଫଗୁଣଟା ଚାଙ୍ଗୁଡିରେ ଭର୍ତ୍ତି କରି ଆଣିଥିବା ରଙ୍ଗ,
ଆଉ ଇନ୍ଦ୍ରଧନୁର ସପ୍ତ ରଙ୍ଗ, ସବୁ ଫିକା ପରା ମୋ ପ୍ରେମ ରଙ୍ଗ ପାଖରେ…….ମତୁଆଲା ହେବ ତୁମେ ମୋ ପ୍ରେମ ରଙ୍ଗର ଛିଟାରେ, ଭିଜି ଯିବା କିଛି ମୁହୂର୍ତ୍ତ ବିନ୍ଦୁ ବିନ୍ଦୁ ମହୁ ବରଷାରେ……ଖେଳିଯିବ ହସର ତରଙ୍ଗ ତୁମ ମୁଖ ମଣ୍ଡଳରେ, ଦୁହେଁ ମିଶି ମସଗୁଲ୍ ହେବା ଆଉ ଖେଳିବା ଦୋଳି ବିଭୋର ହୋଇ ଆନନ୍ଦ ଦୋଳିରେ…….କେବଳ ଆଜି ଗୋଟିଏ ଦିନ ପୋଛି ଦିଅ ମନରୁ ଯେତେ ଅଭିମାନ ହୃଦୟରୁ ଥରଟିଏ ଅନୁମତି ନେଇ ଦେଇ ଦିଅ ମିଠା ସ୍ଵୀକୃତି ମୋ ରାଣ…….ନୀରବରେ ଅନୁଭବ କର ତୁମ ଚତୁଃପାର୍ଶ୍ଵରେ କେବଳ “ମୁଁ” ହିଁ “ମୁଁ”……. ଦେଖ କେମିତି ମୋ ହାତରେ ଖାସ୍ ତୁମ ପାଇଁ ରଙ୍ଗର ପସରା… ସତରେ ସବୁ ରଙ୍ଗ ଠାରୁ ଖୁବ୍ ନିଆରା ଏଇ ପ୍ରେମର ରଙ୍ଗ । ଦୀପ୍ତିମାନ୍ ପତି ।