No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ଭୁବନେଶ୍ୱର :- ରାଜ୍ୟରେ ଦ୍ୱିତୀୟ ଲହରୀରେ କରୋନା ସଂକ୍ରମ ଆତଙ୍କ ସୃଷ୍ଟି କରିଛି । ତେବେ ଲକ୍ଡାଉନ କାରଣରୁ ଏବେ ୮ ହଜାର ତଳେ ରହିଛି କରୋନାର ଦୈନିକ ସଂକ୍ରମଣ । ଆଗକୁ କରୋନା ସ୍ଥିତିକୁ ଲକ୍ଷ କରି ୫ଟି ଜିଲ୍ଲାରେ କୋଭିଡ ବେଡ ସଂଖ୍ୟା ବୃଦ୍ଧିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଜିଟିଭ ବାହାରୁଥିବା ଖୋର୍ଦ୍ଧା, ଅନୁଗୁଳ, କଟକ, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ବେଡ ଠାରୁ ଆରମ୍ଭ କରି ଆଇସିୟୁ ସଂଖ୍ୟା ବୃଦ୍ଧି କରାଯିବ ।
ଅନଗୁଳରେ ୧୨୦ ବେଡ୍, କଟକରେ ୧୭୭ ବେଡ୍, ଖୋର୍ଦ୍ଧାରେ ୩୪୦, ସୁନ୍ଦରଗଡରୁ ୧୫୦ ଓ ଢେଙ୍କାନାଳରେ ୧୦୦ଟି ଶଯ୍ୟା ବଢlଯାଇଛି । ଏଥିସହ କୋଭିଡ ମେଡିକାଲ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ଅଗ୍ନି ସୁରକ୍ଷାକର୍ମୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
No Result
View All Result