No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ବାଙ୍କୀ :- ଗୁରୁବାର କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଠାରେ ମହାନଦୀ ଉପରେ ନିର୍ମାଣକାର୍ଯ୍ୟ ଚାଲୁ ଥିବା ବୈଦ୍ୟେଶ୍ୱର-ଗୋପୀନାଥପୁର ସେତୁର ସମ୍ପୂର୍ଣ୍ଣ କାର୍ଯ୍ୟ ର ସମସ୍ୟା ସମ୍ବନ୍ଧ ରେ ତଦାରଖ କରିଛନ୍ତି ।ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ସେତୁ ଠାରୁ ବନ୍ଧପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତାର ନିର୍ମାଣ ପାଇଁ କିଛି ସ୍ଥାନୀୟ ଲୋକ ସମସ୍ୟା ସୃଷ୍ଟି କରୁଛନ୍ତି ।

କିଛି ଲୋକଙ୍କର ନିଜ ଯାଗାରେ ଏହି ସଂଯୋଗୀକରଣ ରାସ୍ତା ହେବା ଦ୍ୱାରା ସେମାନଙ୍କର ଜାଗା ପଳାଉଥିବାରୁ ସେମାନେ ରାସ୍ତାପାଇଁ ଯାଗା ଛାଡୁ ନଥିବା ଜଣାପଡିଛି । ତେଣୁ ଜିଲ୍ଲାପାଳ ଶ୍ରୀ ଚଇନୀ ଆଜି ନିଜେ ଘଟଣାସ୍ଥଳକୁ ଆସି କିପରି ସଂଯୋଗୀ କରଣରାସ୍ତା ନିର୍ମାଣ ହୋଇ ପାରିବ ସେ ସଂପର୍କରେ ଯେଉଁ ମାନଙ୍କ ଜାଗା ପଳେଇବ ସେମାନଙ୍କ ସହ ଆଲୋଚନା କରିଥିଲେ ।

ଏହି ବ୍ରିଜ ହେଲେ ସ୍ଥାନୀୟ ଅର୍ଥନୀତି ଓ ଲୋକଙ୍କ ସୁବିଧା ହୋଇପାରିବ ଖୁବ ଶୀଘ୍ର ବଡମ୍ବା ,ଆଠଗଡ ,ସମ୍ବଲପୁର ,ଢେଙ୍କାନାଳ ,ଅନୁଗୁଳ ସହ ଗମନ ଗମନ କରିପାରିବେ ସେଠିକାର ଲୋକେ ସୁବିଧାରେ କଣ୍ଟିଲୋ ,ନୟାଗଡ଼ ,ପୁରୀ,ଦଶପଲ୍ଲା ବାଙ୍କୀ ସୁବିଧାରେ ଆସିପାରିବେ ସଂଯୋଗଇ କାରଣ ଦ୍ୱାରା ବହୁ ଉନ୍ନତି ହୋଇପାରିବ ବୋଲି ଜିଲ୍ଲାପାଳ ଚଇନି ବୁଝାଇଥିଲେ । ସଂଯୋଗୀକରଣ ରାସ୍ତା ହେବା ଦ୍ୱାରା ଯେଉଁ ମାଙ୍କର ଜାଗା ଚାଲି ଯାଉଛି ସେମାନଙ୍କୁ କ୍ଷତି ପୁରଣ ସରକାରୀ ଦରରେ ସରକାର ଦେବେ ଆସନ୍ତା ଜୁଲାଇ ଶେଷ ସୁଦ୍ଧା ବ୍ରିଜ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପୂର୍ତ୍ତ ବିଭାଗ ଚାରିବାଟିଆ ପ୍ରକାଶ କରିଛି ।

ବାଙ୍କୀ ଉପଜିଲ୍ଲାପାଳରଞ୍ଜନ କୁମାର ଜେନା ,ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡା, ବାଙ୍କୀ ବ୍ଲକବି.ଡି.ଓ ପ୍ରଦୀପ କୁମାର ଶତପଥୀ, କଟକର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପୂର୍ଣ୍ଣଚନ୍ଦ୍ରମିଶ୍ର ଏବଂ ପୂର୍ତ୍ତ ବିଭାଗର ବରିଷ୍ଠଅଧିକାରୀମାନେ ଜିଲ୍ଲାପାଳ ଙ୍କ ସହ ଯୋଗଦେଇ ।(ରିପୋର୍ଟ :ଗୌତମ ମିଶ୍ର)
No Result
View All Result