No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍ ଗୁରୁବାର ) କଲମ୍ବୋ :- ଟନ୍ ଟନ୍ କେମିକାଲ୍ ପରିବହନ କରି ଯାତ୍ରା କରୁଥିବା ଏକ ମାଲ୍ବାହୀ ଜାହାଜ ଶ୍ରୀଲଙ୍କାର ପଶ୍ଚିମ ଉପକୂଳରେ ବୁଡ଼ି ଯାଇଛି । ଏନେଇ ବୁଧବାର ଶ୍ରୀଲଙ୍କା ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ଗତ ସପ୍ତାହରେ ଏହି ମାଲ୍ବାହୀ ଜାହାଜରେ ନିଆଁ ଲାଗିଯିବା ଫଳରେ ସେଥିରୁ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ନିର୍ଗତ ହୋଇଥିଲା । ଫଳରେ ଏଥିଯୋଗୁ ଅମ୍ଲୀୟ ବର୍ଷା (Acid Rain) ହୋଇପାରେ । ଏହାସହ ଖରାପ ପାଣିପାଗ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏନେଇ ଆଲର୍ଟ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏନେଇ ଶ୍ରୀଲଙ୍କାର ଟପ୍ ଏନର୍ଭାମେଣ୍ଟାଲ୍ ଅର୍ଗାନାଇଜେସନ୍ ଚେତାବନୀ ଦେଇଛି । ସଂସ୍ଥାର କହିବା ଅନୁସାରେ, ଏହି ଅଗ୍ନିକାଣ୍ଡ ଘଟଣା ପରେ ଶ୍ରୀଲଙ୍କା ଏହାର ସବୁଠାରୁ ଖରାପ ସାମୁଦ୍ରିକ ପରିବେଶ ବିପର୍ଯ୍ୟୟର ସମ୍ମୁଖୀନ କରୁଛି । ଯାହାକୁ ନେଇ ଚିନ୍ତା ବଢ଼ିଛି ଓ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ।
ମେ’ ୧୫ରେ ମାଲ୍ବାହୀ ଜାହାଜ MV X-Press Pearl ଗୁଜରାଟର ହଜିରାରୁ ଭାୟା କଲମ୍ବୋ ଦେଇ ସିଙ୍ଗାପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କେମିକାଲ୍ ଓ କସ୍ମେଟିକ୍ସ ପାଇଁ ଜରୁରୀ କଞ୍ଚାମାଲ୍ ନେଇ ଆସୁଥିବା ବେଳେ ମେ’ ୨୦ରେ ଜାହାଜରେ ନିଆଁ ଲାଗି ଯାଇଥିଲା । ଏହି ସମୟରେ ଜାହାଜଟି କଲମ୍ବୋରୁ ୧୮ କି.ମି. ଦୂର ଉତ୍ତର ପଶ୍ଚିମରେ ଥିଲା। ଜାହାଜ X-Press Pearl ଟ୍ୟାଙ୍କ୍ରେ ୩୨୫ ମେଟ୍ରିକ ଟନ୍ ଇନ୍ଧନ ବ୍ୟତୀତ ୨୫ ଟନ୍ ନାଇଟ୍ରିକ ଏସିଡ୍ ମଧ୍ୟ ଥିଲା ।
ବର୍ଷା ପାଗରେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ନିର୍ଗତ ହେବା ଯୋଗୁ ଅମ୍ଲୀୟ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି, ସମୁଦ୍ର କୂଳରେ ରହୁଥିବା ଲୋକମାନେ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଯଦିଓ ଜାହାଜରେ ଅଗ୍ନିକାଣ୍ଡ ଘଟିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା, ହେଲେ ଜାହାଜରେ କେମିକାଲ୍ ଥିବାରୁ ପ୍ରଦୂଷଣ ପରେ ଏହା ନିର୍ଗତ ହୋଇଥିଲା । ତେଣୁ ପରିବେଶ ପ୍ରତି ବିପଦ ସୃଷ୍ଟି ଆଶଙ୍କାରେ ସମୁଦ୍ର କୂଳକୁ ତୁରନ୍ତ ସଫା କରିବା ଲାଗି ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଥିଲା ।
No Result
View All Result