ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଆମେରିକାର ଷ୍ଟାରଲିଙ୍କ କମ୍ପାନୀକୁ ଭାରତରେ ଇଣ୍ଟନେଟ ସେବା ପାଇଁ ଲାଇସେନ୍ସ ନଦେବା ପାଇଁ ସ୍ବଦେଶୀ ଜାଗରଣ ମଞ୍ଚ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛି l ଆଜି ସ୍ବଦେଶୀ ଜାଗରଣ ମଞ୍ଚର ଏକ ପ୍ରତିନିଧି ମଣ୍ଡଳ ପୁରୀ ଜିଲ୍ଲା ସଂଯୋଜକ ବାସୁଦେବ ସାହୁଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି l ଏଲନମସ୍କଙ୍କ କମ୍ପାନୀ ଷ୍ଟାର ଲିଙ୍କକୁ ଭାରତରେ ଇଣ୍ଟରନେଟ ସରବରାହ ପାଇଁ ଅନୁମତି ଦିଆ ନଯାଉ ବୋଲି ମଞ୍ଚ ଦାବି କରିଛି l
















