No Result
View All Result

୨୦୨୧-୨୨ ବର୍ଷରେ ୫୦୦୦ ବାୟୋ-ଫ୍ଲକ୍ ଟ୍ୟାଙ୍କ ନିର୍ମାଣର ଲକ୍ଷ୍ୟ
ସାଧାରଣ 40%, ମହିଳା,ଏସସି-ଏସଟିnku 60% ସବସିଡି

ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍ ଗୁରୁବାର ) ଭୁବନେଶ୍ୱର :- କମ ଜାଗାରେ,କମ୍ ଜଳରେ ଫାର୍ମ ପଣ୍ଡ ତୁଳନାରେ ପ୍ରାୟ ଦଶଗୁଣ ଅଧିକ ମାଛ ଉତ୍ପାଦନ ସମ୍ଭବ । ବାୟୋ-ଫ୍ଲକ୍ ଟେକ୍ନୋଲୋଜି ଦ୍ୱାରା ତାହା ହେଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୧୨ଟି ବାୟୋ-ଫ୍ଲକ୍ ଟ୍ୟାଙ୍କ ନିର୍ମାଣ କରାଯାଇଛି । ୨୦୨୧-୨୨ ବର୍ଷରେ ରାଜ୍ୟରେ ୫୦୦୦ ବାୟୋ-ଫ୍ଲକ୍ ଟ୍ୟାଙ୍କ ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସାଧାରଣ ବର୍ଗର ଉଦ୍ୟୋଗୀଙ୍କୁ ୪୦ ପ୍ରତିଶତ ସବ୍ସିଡି ଦିଆଯାଉଥିବାବେଳେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ଉଦ୍ୟୋଗୀଙ୍କୁ ରାଜ୍ୟ ସରକାର ୬୦ ପ୍ରତିଶତ ସବ୍ସିଡି ପ୍ରଦାନ କରୁଛନ୍ତି ।

ବା୍ୟୋ ଫ୍ଲକ ମାଛ ଉତ୍ପାଦନ ରାଜ୍ୟ ମତ୍ସ୍ୟ ବିଭାଗ ରିପୋର୍ଟରୁ ତାହା ସ୍ପଷ୍ଟ ହୋଇଛି । ଏନେଇ ହୋଇଥବା ସମୀକ୍ଷା ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଥିଲେ,ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଦିଗରେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଥିବାବେଳେ ନୂତନ ଜ୍ଞାନକୌଶଳ ବାୟୋ ଫ୍ଲକ୍ ପଦ୍ଧତିରେ ମାଛ ଚାଷ ରାଜ୍ୟକୁ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟରେ ପରିଣତ କରିବା ସହିତ ବିପୁଳ ରପ୍ତାନୀର ସୁଯୋଗ ସୃଷ୍ଟି କରିବ ।

ବାୟୋ-ଫ୍ଲକ୍ ଟ୍ୟାଙ୍କ ପ୍ରତିଷ୍ଠା ନିମନ୍ତେ ବ୍ୟାଙ୍କରୁ ଋଣ ପ୍ରଦାନର ବ୍ୟବସ୍ଥା ରହିଥିବାବେଳେ ଯୁବ ଉଦ୍ୟୋଗୀମାନେ ଅଧିକ ସଂଖ୍ୟାରେ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ମନୋନିବେଶ କରି ଆତ୍ମନିଯୁକ୍ତି ପାଇବା ସହିତ ଅନ୍ୟମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ । ରାଜ୍ୟ ସରକାର ବାୟୋ ଫ୍ଲକ୍ ପ୍ରଣାଳୀରେ ମାଛ ଚାଷକୁ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଉଦ୍ୟୋଗୀମାନଙ୍କୁ ମାଛ ଚାଷ ସଂପର୍କରେ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି ।

ବାୟୋ ଫ୍ଲକ୍ ଉଦ୍ୟୋଗୀଙ୍କୁ ଠିକ୍ ସମୟରେ ମାଛ ଜାଅଁଳ ଯୋଗାଇଦେବା କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ହେବ । ଫଳରେ ମାଛ ଚାଷ କ୍ଷେତ୍ରରେ ବାୟୋ-ଫ୍ଲକ୍ ଏକ ବିପ୍ଳବ ଆଣିପାରିବ । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ମାଛ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମାଛ ଉତ୍ପାଦନ ୧.୫୬ ଲକ୍ଷ ମେଟି୍ରକ୍ ଟନ୍ରୁ ୨୦୨୦-୨୧ରେ ୮.୭୩ ଲକ୍ଷ ମେଟି୍ରକ୍ ଟନ୍ ହୋଇଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥିଲେ ।

ଅନ୍ୟ ପକ୍ଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ କ୍ଷେତ୍ର ଅଧିକାରୀମାନଙ୍କୁ ପଠାଇ ନିର୍ମାଣଧୀନ ସମସ୍ତ ବାୟୋ-ଫ୍ଲକ୍ ଟ୍ୟାଙ୍କକୁ ଜୁନ୍ ୨୦୨୧ ସୁଦ୍ଧା ସାରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିଶନର ତଥା ଶାସନ ସଚିବ ଆର୍. ରଘୁପ୍ରସାଦ ନିର୍ଦେଶ ଦେଇଥିଲେ । ସେହିପରି ବୈଠକ ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ କହିଥିଲେ, କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ବାୟୋ-ଫ୍ଲକ୍ ମତ୍ସ୍ୟ ଉଦ୍ୟୋଗୀଙ୍କୁ ବିଭାଗ ପକ୍ଷରୁ ଅନ୍ଲାଇନ୍ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଉଛି । ଉକ୍ତ ଭର୍ଚଚୁଆଲ ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାର ବାୟୋ-ଫ୍ଲକ୍ ମତ୍ସ୍ୟ ଉଦ୍ୟୋଗୀମାନେ ଯୋଗ ଦେଇଥିଲେ ।
No Result
View All Result