ଭୁବନେଶ୍ୱର (ଓଡିଶାତାଜାନ୍ୟୁଜ୍ ) ଭୁବନେଶ୍ୱର ତା-13.3.2020 :- କରୋନା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ହାତ ଧୋଇ ସଚେତନତା ବାର୍ତ୍ତା ଦେଇଛନ୍ତି । ବିଧାନସଭାରେ ବିବୃତି ଦେଇ କରୋନା ସଂକ୍ରମଣକୁ ରାଜ୍ୟ ବିପର୍ୟ୍ୟୟ ଘୋଷଣା କରିବା ସହ ରାଜ୍ୟବାସୀଙ୍କ ଲାଗି ବ୍ୟାପକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଟୁଇଟ୍ କରି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି । ଏହି ଟୁଇଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ସଚେତନ ଓ ସତର୍କ ରହିଲେ ହିଁ ଆମେ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବା । ଏ
ହି ସଚେତନଧର୍ମୀ ଭିଡ଼ିଓ ମାଧ୍ୟମରେ ନିଜେ ସଚେତନ ହେବା ସହ ନିଜ ପରିବାର, ବନ୍ଧୁ ତଥା ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ।’ ସେପଟେ କରୋନାକୁ ଆଖି ଆଗରେ ବିଧାନସଭାରେ ବିଧାୟକଙ୍କୁ ଟିପ୍ସ ଦେଇଛନ୍ତି ବାଚସ୍ପତି । ବିଧାନସଭା ସମ୍ମିଳନୀ କକ୍ଷରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ବିଧାୟକମାନଙ୍କୁ ଭାଇରସ ପାଇଁ ସତର୍କ ଓ ସଚେତନ କରାଇଛନ୍ତି । ବାରମ୍ବାର ଭଲ ଭାବେ ହାତ ଧୋଇବାକୁ ବାଚସ୍ପତି ବିଧାୟକଙ୍କୁ ଟିପ୍ସ ଦେଇଛନ୍ତି । ଏଥିସହ ନିଜେ ସଚେତନ ହୋଇ ନିଜ ନିର୍ବାଚନମଣ୍ଡଳୀର ସମସ୍ତଙ୍କୁ ଭୂତାଣୁର ଭୟାବହତା ସମ୍ପର୍କରେ ଅବଗତ କରାଇବା ସହ ଏହାର ମୁକାବିଲା ପାଇଁ ବିଧାୟକଙ୍କୁ କହିଛନ୍ତି ବାଚସ୍ପତି ।