ଭୁବନେଶ୍ୱର, ବିଧାନସଭା (ଓଡିଶା ତାଜା ନ୍ୟୁଜ୍ ) ବିଧାନସଭା ତା-13.3.2020 :- କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି କରିଛନ୍ତି ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସବୁ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେହିପରି ସିନେମା ହଲ୍ ଓ ସୁଇମିଂ ପୁଲ୍ ବନ୍ଦ କରିବାକୁ ଘୋଷଣା କରାଯାଇଛି । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିବା ଜଣାପଡିଛି । ତେବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ବି ଯଦି ପରୀକ୍ଷା ଚାଲିଥିବ ଏହା ଚାଲୁ ରହିବ ବୋଲି କୁହାଯାଇଛି । ସେହିପରି ସେମିନାର, ୱାର୍କସପ୍, ସମ୍ମିଳନୀ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । କରୋନା ଲାଗି ୨୦୦ କୋଟି ଟଙ୍କାର ସତନ୍ତ୍ର ପ୍ୟାକେଜ୍ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । କରୋନାକୁ ଆଖି ଆଗରେ ରଖି ରାଜ୍ୟରେ ଯଥେଷ୍ଟ ମାତ୍ରାରେ ମାସ୍କ, ପେପର ସପ୍, ପରିମଳ ସାମଗ୍ରୀ ମହଜୁଦ ରଖିବାକୁ ବି ଏଥିରେ ନିଷ୍ପତ୍ତି ହୋଇଛି ।