No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ପାରଳାଖେମୁଣ୍ଡି :- କୋଭିଡ୍ ନିୟମ ଉଲଂଘନ କରିଥିବା ଯୋଗୁଁ ହାଇଟେକ୍ ମେଡିକାଲ କର୍ତ୍ତୃପକ୍ଷଙ୍କୁ ୧୦ହଜାର ଟଙ୍କାର ଜରିମାନା ଦେବାକୁ ପଡିଛି । ଘଟଣାରୁ ପ୍ରକାଶ, ଗତ ୨୬ ତାରିଖ ଦିନ ଗଜପତି ଜିଲ୍ଲା ଆର୍.ସୀତାପୁର ଠାରେ ଥିବା କୋଭିଡ୍-୧୯ ହସ୍ପିଟାଲରେ ହାଇଟେକ୍ ମେଡିକାଲ କତ୍ତୃପକ୍ଷଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା ।
କୋଭିଡ୍ ହସ୍ପିଟାଲ ପରିସରରେ ଏଭଳି ଆୟୋଜନ ଯୋଗୁଁ କୋଭିଡ୍ ନିୟମ ଉଲଂଘନ ହୋଇଥିବା ଅଭିଯୋଗରେ ଗଜପତି ଜିଲ୍ଲା ପ୍ରଶାସନ ହାଇଟେକ୍ ମେଡିକାଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରିବା ସହ ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ । ଏଥିରେ ହାଇଟେକ କର୍ତ୍ତୃପକ୍ଷ ଗଜପତି ପ୍ରଶାସନର ନିର୍ଦ୍ଦେଶକୁ ମାନି ୧୦ହଜାର ଟଙ୍କାର ଜରିମାନା ପ୍ରଦାନ କରିଥିବା ଜଣାଯାଇଛି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result