ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ ଭୁବନେଶ୍ୱର ଆଇ ବି ଏମ ପକ୍ଷରୁ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ୨୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ
ଭୁବନେଶ୍ୱର ରୁ ଆସିଥିବା ମାଷ୍ଟରଟ୍ରେନର ସୁଦିପ୍ତ କୁମାର ସାହୁ ୩ ଘଣ୍ଟାର ଏକ ସେସନ୍ ମୋବାଇଲ୍ ବିଏସ୍ଏନ୍ଏଲ୍ ଫ୍ରି ୱାଇଫାଇ ଓ ସ୍ଲାଇଡ୍ ପ୍ରୋଜେକ୍ଟର ମାଧ୍ଯମରେ ତାଲିମ୍ ପ୍ରଦାନ କରି ଶେଷରେ ପରୀକ୍ଷା କରି ଡିଜିଟାଲ୍ ପ୍ରମାଣ ପତ୍ର ବଣ୍ଟନ କରିଥିଲେ l
















