No Result
View All Result
ଟୋକନ ଲେପ୍ସ : ମଣ୍ତିରେ ମିଲର୍ସ କାଟୁଛି ୫ କେଜି ବହୁ ଚାଷୀଙ୍କ ଟୋକନ ରେ ୧ କ୍ବିଣ୍ଟାଲ,୨ କ୍ବିଣ୍ଟାଲ,୩ କ୍ବିଣ୍ଟାଲ ବିକ୍ରି ପାଇଁ ଅନୁମତି : ଧାନ ବିକ୍ରି ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ ସମୀକ୍ଷ ବୈଠକ ଡାକନ୍ତୁ : ପ୍ରଦୀପ ପୁରୋହିତ
ଓଡ଼ିଶା ତାଜା ନ୍ୟୁଜ (୨୯ ମଇ ଶନିବାର ) ପଦ୍ମପୁର :- ମେ ୫ ତାରିଖ ରୁ ରବି ଧାନ କ୍ରୟ ପାଇଁ ରାଜ୍ଯରେ ମଣ୍ତି ବ୍ଯବସ୍ଥା ଚାଳୁ ହୋଇଥିବା ବେଳେ ଧାନ କିଣା ବିକା ଆରମ୍ଭ ରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଅନ୍ଯ ଉପାୟ ନ ପାଇ ଖୋଲା ବଜାରରେ ଏବେ ୧ ହଜାର ଟଙ୍କାରେ ଚାଷୀ ଧାନ ବିକ୍ରୀ କରିବା ପାଇଁ ବାଧ୍ଯ ହେଉଛି ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । ରାଜ୍ଯ ସରକାର ଯେତେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଇଥିଲେ ପାଖପାଖି ୧୦ ରୁ ୨୦ ଭାଗ ଚାଷୀଙ୍କ ଟୋକନ ଲେପ୍ସ ହୋଇ ସାରିଲାଣି ।
ମିଲର୍ସ ମାନଙ୍କ ଉପରେ ରାଜ୍ଯ ସରକାର ନିୟତଣ କରୁ ନ ଥିବାରୁ ମିଲର୍ସ ମାନେ ନିଜ ମର୍ଜି ମୁତାବକ ମଣ୍ତିରୁ ଧାନ ଉଠାଉଛନ୍ତି ଓ ପ୍ରତି କ୍ବିଣ୍ଟାଲରେ ୫ କେଜି ରୁ ୬ କେଜି ଧାନ କଟନି ଛଟନି କରୁଛନ୍ତି ବୋଲି ଶ୍ରୀ ପୁରୋହିତ ଗୁରୁତର ଅଭିଯୋଗ କରିଛନ୍ତି । ଟୋକନ ବ୍ଯବସ୍ଥାରେ ବ୍ଯାପକ ଅନିୟମିତା ଦେଖା ଦେଉଛି । ଡିପ ବୋରୱେଲ ରେ ଚାଷୀ କରୁଥିବା ଚାଷ ଅଢେଇ ଏକର ଜମିର ଧାନ ୬୪ କ୍ବିଣ୍ଟାଲ କିଣିବା ପାଇଁ ରାଜ୍ଯ ସରକାର ନିଷ୍ପର୍ତ୍ତ ନେଇଥିବା ବେଳେ ୮୦ ଭାଗ ଡିପ ବୋରୱେଲ ଚାଷୀ ଟୋକନରେ ବ୍ୟାପକ ଅବ୍ୟବସ୍ଥା ହୋଇଛି । ସରକାର ଚାଷୀଙ୍କୁ ଯୋଗାଇ ଦେଇଥିବା ଟୋକନ ରେ ୧ କ୍ବିଣ୍ଟାଲ,୨ କ୍ବିଣ୍ଟାଲ,୫ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଚିଠି ଆସିଥିବାରୁ ଚାଷୀ ମାନେ ହତାଶ ହୋଇ ପଡିଛନ୍ତି । ବରଗଡ,ବଲାଙ୍ଗିର,ସୋନପୁର,କଳାହାଣ୍ଡି,କେନ୍ଦୁଝର,ନୁଆପଡା ବହୁ ଜିଲ୍ଲାରେ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି ।
ଚାଷୀଙ୍କୁ କାଳିଆ ଯୋଜନାର ୨ ହଜାର ଟଙ୍କା ପ୍ରଦାନ କରି ଆପଣ ମାନେ ଖୁସିତ କହି ଚାଷୀଙ୍କୁ ଓଡିଶାର ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ” ଏପ୍ରିଲ ଫୁଲ ” କରି ଦେଲେ ବୋଲି ଶ୍ରୀ ପୁରୋହିତ କ୍ଷୋଭ ପ୍ରକାଶ କରିଛନ୍ତି । ୟାସ ବ୍ଯତ୍ଯା ଟଳିଯିବା ପରେ ଏବେ ରାଜ୍ଯରେ ଚାଷୀ ମାନଙ୍କ ଧାନ ବିକ୍ରି ମୁଖ୍ଯ ସମସ୍ଯା ହୋଇ ରାଜ୍ଯରେ ଠିଆ ହୋଇଛି । ଯଦି ପ୍ରକୃତ ରେ ଚାଷୀଙ୍କ ପ୍ରତି ଓଡିଶା ସରକାରଙ୍କ ଦରଜ ଅଛି ତେବେ ତୁରନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଖାଦ୍ଯ ଯୋଗାଣ ବିଭାଗ ର ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ କରନ୍ତୁ ଓ ଏବେ ଯେଉଁ କୋଟି କୋଟି ଟଙ୍କା ଚାଷୀ ମାନେ ଶୋଷଣ ଶୀକାର ହେବେ ଚାଷୀ ଙ୍କୁ ଏଥିରୁ ସୁରକ୍ଷା ଦେବାର ବ୍ଯବସ୍ଥା କରନ୍ତୁ ବୋଲି ଶ୍ରୀ ପ୍ରଦୀପ ପୁରୋହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result