• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଟାଟା ପାୱାର ପକ୍ଷରୁ ଓଡ଼ିଶାରେ “ୟାସ୍‌’ ପ୍ରଭାବ ମୁକାବିଲା ଲାଗି କାର୍ଯ୍ୟ କରାଯାଉଛି

Proprietor Abhimanyu Maharana by Proprietor Abhimanyu Maharana
May 28, 2021
in Uncategorized
0
Share on FacebookShare on TwitterWhatsapp

1.  ସାରା ରାଜ୍ୟର ନେଟ୍‌ୱର୍କରେ ବିଦ୍ୟୁତ୍ ଯୋଗାଣର ପୁନରୁଦ୍ଧାର ଆରମ୍ଭ ହୋଇଛି

2.  ଆସନ୍ତା ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ

ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଭୁବନେଶ୍ୱର :-  ଟାଟା ପାୱାର ପକ୍ଷରୁ ସାମୁଦ୍ରିକ ଝଡ଼ବାତ୍ୟା ୟାସ୍‌ରେ ପ୍ରଭାବିତ ହେବାକୁ ଥିବା ସର୍କଲ୍ ଓ ଡିଭିଜନ୍‌ଗୁଡ଼ିକୁ ଚିହ୍ନଟ କରାଯାଇଥିଲା । ସେଥିପାଇଁ ନେଟ୍‌ୱର୍କର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବାରେ ଏହା କଂପାନି ପାଇଁ ସହାୟକ ହୋଇଥିବା ବେଳେ ରାଜ୍ୟର ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣକୁ ସ୍ୱାଭାବିକ କରିବା ଲାଗି କାର୍ଯ୍ୟ କରୁଛି । ନେଟ୍‌ୱର୍କ ବିଭ୍ରାଟ ହୋଇଥିବା ଅଞ୍ଚଳରେ ପହଞ୍ଚିବା ଓ ଶୀଘ୍ର ବିଦ୍ୟୁତ୍‌ ଯୋଗାଣକୁ ପୁନରୁଦ୍ଧାର କରିବା ଲାଗି ଟିପିସିଓଡିଏଲ୍ ଓ ଟିପିଏନ୍‌ଓଡିଏଲ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୩,୦୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ ହୋଇଥିବା ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବ ଲାଗି ନିୟୋଜିତ କରାଯାଇଥିଲା ।

ବାତ୍ୟା ଯେହେତୁ ଉପର ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନା ଥିଲା ତେଣୁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଟିପିଏସ୍‌ଓଡିଏଲ୍ ସହ ୨୦ ଶ୍ରମଶକ୍ତି ଦଳକୁ ମୂତୟନ କରାଯାଇଥଇଲା ଯେଉଁମାନେ ସେମାନଙ୍କ ସମ୍ବଳକୁ ଟିପିଏନ୍‌ଓଡିଏଲ୍ ଟିମ୍ ସହ ବାଣ୍ଟିଥିଲେ । ଟିପି ନର୍ଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ଗୁରୁତର ଭାବେ ପ୍ରଭାବିତ ହୋଇଛି ଓ କ୍ଷୟକ୍ଷତିର ଆକଳନ ଜାରି ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ସହରରେ ବିଦ୍ୟୁତ୍‌ ଯୋଗାଣର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡ୍ କେୟାର୍‌ ସେଣ୍ଟର ଓ ହସ୍ପିଟାଲ୍‌ଗୁଡ଼ିକୁ ବିଦ୍ୟୁତ ଯୋଗାଣ କରିବା ଲାଗି ଟିପିଏନ୍‌ଓଡିଏଲ୍ ଚବିଶ ଘଣ୍ଟା କାର୍ଯ୍ୟ ଜାରି ରଖିଛି । ସ୍ଥିତି ଉପରେ ନଜର ରଖିବା ଲାଗି କଂପାନି ତରଫରୁ ସ୍ୱତନ୍ତ୍ର ଟିମ୍ ମୂତୟନ କରାଯାଇଛି ଓ ଏକ ଉତ୍ସଗୀକୃତ କଂଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି ।

ବାତ୍ୟା ପଥରେ ଆସିବା ନେଇ ଆକଳନ କରାଯାଇଥିବା ଅଞ୍ଚଳଗୁଡ଼ିକ ମୁଖ୍ୟତଃ ଓଡ଼ିଶାର ଉତ୍ତର ଓ କେନ୍ଦ୍ର ଅଞ୍ଚଳରେ ଥିଲା ଓ କ୍ଷେତ୍ର ଭିତ୍ତିରେ ବିଦ୍ୟୁତ୍‌ ଭିତ୍ତିଭୂମି ଓ ନେଟ୍‌ୱର୍କର କ୍ଷୟକ୍ଷତି ଶତାଂଶ ଆକଳନ କରାଯାଇଥିଲା । ସଂପତ୍ତିରେ ହେବାକୁ ଥିବା କ୍ଷୟକ୍ଷତିର ପୂର୍ବାନୁମାନକୁ ନେଇ କଂପାନି ପକ୍ଷରୁ ରଣନୀତି ଓ ଯୋଜନା ପ୍ରସ୍ତୁତ କରାଯାଇଥିଲା ଓ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ତାହାକୁ କାର୍ଯ୍ୟକାରୀ କରାଯାଇଥିଲା । ଟିପିସିଓଡିଏଲ୍ ପକ୍ଷରୁ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ କେତେକ ଅଞ୍ଚଳରେ ବିଦ୍ୟୁତ୍ କାଟ କରାଯାଇଥିଲା ଓ ମେ’ ୨୬ ସନ୍ଧ୍ୟାରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଥିଲା । ଟିପିସିଓଡିଏଲ୍‌ର ଟିମ୍ ତରଫରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ପାଟ୍ରୋଲିଂ ଜରିଆରେ ନିୟମିତ ଯାଞ୍ଚ କରାଯାଇଥିଲା । ଏହି ଟିମ୍‌ ବନ୍ୟା ଭଳି ସ୍ଥିତିରେ କାର୍ଯ୍ୟ କରିଥିଲେ ଏବଂ ରାଜକନିକା, ରାଜନଗର ଓ ମହାକାଳପଡ଼ାର ବନ୍ୟାଞ୍ଚଳରେ ଅତ୍ୟଧିକ ସୁରକ୍ଷା ସତର୍କତା ଅବଲମ୍ବନ କରି ବିଦ୍ୟୁତ୍‌ ଯୋଗାଣର ପୁନରୁଦ୍ଧାର କରିଥିଲେ ।

ଟିପିସିଓଡିଏଲ୍ ତରଫରୁ ଏହାର ୮୦% ଗ୍ରାହକଙ୍କ ପାଇଁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି । ସବ୍‌ ଡିଭିଜନ୍ ମଧ୍ୟରେ ଦ୍ରୁତ ପୁନରୁଦ୍ଧାର ଟିମ୍ ଗଠନ କରାଯାଇଛି ଓ ନିହାତି କମ୍‌ ସମୟ ଭିତରେ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ଲାଗି ସ୍ପଷ୍ଟ ଦାୟିତ୍ୱ ଓ ଭୂମିକା ନିର୍ଧାରଣ କରାଯାଇଛି । ଟିମ୍ ଜଳାର୍ଣ୍ଣବ ଏବଂ ଗଛ ଦ୍ୱାରା ରାସ୍ତା ବନ୍ଦ ଥିବା ଭଳି କଠିନ ପରିସ୍ଥିତିରେ କାର୍ଯ୍ୟ କରିଛନ୍ତି । ରେକର୍ଡ ୨ ଘଣ୍ଟା ଭିତରେ ହସ୍ପିଟାଲ୍‌, କୋଭିଡ୍ କେୟାର୍ ସେଌକ୍ଷଗ୍ଧ;ର, ଆଇସିୟୁ ୟୁନିଟ୍ ଓ ଅକ୍ସିଜେନ୍ ପ୍ଲାଣ୍ଟକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିତ କରାଯାଇଛି । ଅଗ୍ରାଧିକାର ଭିତ୍ତିରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ / ସିଏଚ୍‌ସିରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଥିଲା । ଟିପିସିଓଡିଏଲ୍‌ର ଟିମ୍‌ ଲ୍ୟାଣ୍ଡ୍‌ଫଲ ହେବାର ୮ ଘଣ୍ଟା ଭିତରେ ୭୦% ବିଦ୍ୟୁତ୍ ଯୋଗାଣକୁ ସ୍ୱାଭାବିକ କରିଥଲା ।

ପୁନଶ୍ଚ, ଟିପିସିଓଡିଏଲ୍ ତରଫରୁ ଧ୍ୟାନରେ ଥିବା ଅଞ୍ଚଳ ଓ ନେଟ୍‌ୱର୍କର ବ୍ୟବସ୍ଥିତ ରକ୍ଷଣାବେକ୍ଷଣ ଯୋଗୁଁ ଦ୍ୱେତ ନଗର (କଟକ ଓ ଭୁବନେଶ୍ୱର)ରେ ୧୦୦% ବିଦ୍ୟୁତ୍ ଯୋଗାଣ ବଜାୟ ରଖାଯାଇଥିଲା । ବର୍ତମାନ ସୁଦ୍ଧା, ଟିପିସିଓଡିଏଲ୍ ପକ୍ଷରୁ ଅଞ୍ଚଳରେ ୯୮%ରୁ ଅଧିକ ବିଦ୍ୟୁତ୍‌ର ପୁନରୁଦ୍ଧାର କରାଯାଇଛି । ଏହା ବ୍ୟତୀତ, ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ଲୋକମାନଙ୍କୁ ବାତ୍ୟା ପୂର୍ବବର୍ତୀ ସତର୍କତା ପଦକ୍ଷେପ ଉପରେ ସଚେତନ କରାଯାଇଛି । ମୋବାଇଲ୍ ଆପ୍ ଓ ହେଲ୍‌ପ ଲାଇନ୍ ଜରିଆରେ ଅଭିଯୋଗ ଦାଖଲ କରିବା ଲାଗି ସେମାନଙ୍କୁ ଉତ୍ସାହିତ କରାଯାଇଛି । “ଆମର ରଣନୀତି ସହିତ କ୍ଷେତ୍ର ସ୍ଥଳରେ ଥିବା ସମଗ୍ର ଦଳ ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ଓ ଭରସା ଥିଲା । ଆମର ବିଶ୍ୱାସ ଥିଲା ଯେ ସମସ୍ତ ପରିଚାଳନା ଓ ସୁରକ୍ଷା ଆବଶ୍ୟକତାକୁ ନେଇ ଆମେ ଏହି ଆହ୍ୱାନକୁ ପ୍ରତିହତ କରିପାରିବୁ ଏବଂ ନିଶ୍ଚିତ ରୂପେ ଯଥାଶୀଘ୍ର ବିଦ୍ୟୁତ୍ ଯୋଗାଣର ପୁନରୁଦ୍ଧାର କରିପାରିବୁ ।

ଡବଲ୍ ଡିଜି ସେଟ୍ ମୂତୟନ କରି ଆମେ କୋଭିଡ୍ ହସ୍ପିଟାଲ୍ ଓ ଅକ୍ସିଜେନ୍ ପ୍ଲାଣ୍ଟଗୁଡ଼ିକୁ ୧୦୦% ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିପାରିଥିଲୁ ଓ ସେହି ଡିଜି ସେଟ୍‌ଗୁଡ଼ିକୁ ଟେକ୍ନିସିଆନ୍‌ମାନେ ଚବିଶ ଘଣ୍ଟା ନିରୀକ୍ଷଣ କରୁଥିଲେ । ଏବେ ସମସ୍ତ ପାଞ୍ଚଟି ଜିଲ୍ଲା ମୁଖ୍ୟାଳୟ, କୋଭିଡ୍‌-୧୯ ହସ୍ପିଟାଲ୍ ଓ ଅକ୍ସିଜେନ୍ ପ୍ଲାଣ୍ଟକୁ ଗ୍ରିଡ୍‌ରୁ ବିଦ୍ୟୁତ୍‌ ପ୍ରଦାନ କରାଯାଉଛି । ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ସହରର ପ୍ରତିଷ୍ଠାନଗୁଡ଼ିକରେ ଶୀଘ୍ର ବିଦ୍ୟୁତ୍ ଯୋଗାଣର ପୁନରୁଦ୍ଧାର କରାଯାଇଛି ଏବଂ ତୀବ୍ର ବାତ୍ୟା ୟାସ୍‌ର ୧୦ ଘଣ୍ଟା ଭିତରେ ସ୍ୱାଭାବିକ ସ୍ଥିତି ଫେରି ଆସିଛି । ବିଭିନ୍ନ ସ୍ଥାନରେ ବ୍ୟବସ୍ଥାକୁ ସ୍ୱାଭାବିକ କରିବା, ଭିତ୍ତିଭୂମିର ଅନୁଶୀଳନ ଓ ପୁନରୁଦ୍ଧାର ପାଇଁ ଟାଟା ପାୱାର କାର୍ଯ୍ୟ କରୁଛି । ଓଡ଼ିଶାରେ ଆମେ ଆମର ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ୨୪ ଘଣ୍ଟିଆ ଗୁଣାତ୍ମକ ବିଦ୍ୟୁତ୍‌ ଯୋଗାଣ ଲାଗି ପ୍ରତିବଦ୍ଧ ବୋଲି ଶ୍ରୀଯୁକ୍ତ ସଂଜୟ ବାଙ୍ଗା, ସଭାପତି- ଟିଆଣ୍ଡ୍‌ଡି, ଟାଟା ପାୱାର କହିଛନ୍ତି ।’’ ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ କ୍ଷମତାର ପ୍ରାୟ ୩୦୦୦ ଡିଷ୍ଟ୍ରିବ୍ୟୁସନ୍‌ ଟ୍ରାନ୍ସଫର୍‌ମର୍‌, ୨୩,୦୦୦ରୁ ଅଧିକ ବତି ଖୁଌକ୍ଷଗ୍ଧ; ଓ ୧୦,୦୦୦ କିମି କଣ୍ଡକ୍ଟର୍‌ ସମେତ ପୋଲ୍ ମାଷ୍ଟର (୮୫ଟି), ହାଇଡ୍ରା (୨୯ଟି), ଡିଜି ସେଟ୍ (୧୦୧ଟି), ଗାଡ଼ି (୩୩୭ଟି) ଭଳି ମେସିନ୍ ମଣିଷ ଓ ଉପକରଣ ପରିବହନ କରିବା ଲାଗି ଯୋଗାଡ଼ କରାଯାଇଥିଲା ।

ସେହିପରି, ଟିପିଏନ୍‌ଓଡିଏଲ୍ ପକ୍ଷରୁ ପ୍ରାୟ ୧୬୦୦୦ ପିଏସ୍‌ସି ଓ ଆର୍‌ଏସ୍‌ ଜଏଷ୍ଟ୍ ପୋଲ୍‌, ୩୭୫ ଟ୍ରାନ୍ସଫର୍‌ମର୍‌, ବିଭିନ୍ନ ଆକାର ଓ ରେଟିଂର ୩୫୦ କିମି କଣ୍ଡକ୍ଟର୍‌, ୩୯୦ କିମିର ଏବି କେବୁଲ୍ ଓ ସୁରକ୍ଷା ଉପକରଣକୁ ଉତ୍ତର ଓଡ଼ିଶାର ୧୫୯ଟି ସ୍ଥାନ ଲାଗି ଆବଣ୍ଟନ କରାଯାଇଥିଲା । କଂପାନି ତରଫରୁ ଲାଇନ୍‌ମ୍ୟାନ୍ ଓ ଜେଇ ମାନଙ୍କୁ ପାଟ୍ରୋଲିଂ ପାଇଁ ୩୩ କେଭି ଓ ୧୧ କେଭି ଫିଡର୍ ପ୍ରଦାନ କରାଯାଇଥିଲା ଯାହା କ୍ଷୟକ୍ଷତିର ଆକଳନ କରିବା ଏବଂ ପୁନରୁଦ୍ଧାର କରିବା ଏବଂ କ୍ଷତୟକ୍ଷତିର ଆକଳନ ପ୍ରସ୍ତୁତି କରିବାରେ ସେମାନଙ୍କ ଲାଗି ସହାୟକ ହୋଇଛି ।

କଂପାନି ତରଫରୁ ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ବାତ୍ୟା ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି:

1. କର୍ପୋରେଟ୍ କଂଟ୍ରୋଲ୍ ରୁମ୍‌ରେ ଯୋଗାଯୋଗର ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ମୂତୟନ କରାଯାଇଛି

2. ବାତ୍ୟା ପରେ ପ୍ରତି ଡିସ୍‌କମ୍‌ରେ ଜେଇମାନେ ବାଇକ୍ ଓ ଗାଡ଼ିରେ ଯାଇ ତୁରନ୍ତ କ୍ଷୟକ୍ଷତିର ଆକଳନ କରିଛନ୍ତି

3. କୋଭିଡ୍ ହସ୍ପିଟାଲ୍‌, କୋଭିଡ୍ କେୟାର୍ ସେଣ୍ଟର, ଅକ୍ସିଜେନ୍‌ ପ୍ଲାଣ୍ଟ , ଡିଏଚ୍‌ଏ୍‌ଚ୍‌/ ସିଏଚ୍‌ସି, ପାଣି କାର୍ଯ୍ୟ, ପୋଲିସ୍ ଷ୍ଟେସନ୍‌, ଜିଲ୍ଲା ପ୍ରଶାସନ ଭଳି ଉତ୍ସର୍ଗୀକୃତ ଓ ଜରୁରୀକାଳୀନ ଫିଡର୍‌କୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ୍ ଯୋଗାଣର ପୁନରୁଦ୍ଧାର କରାଯିବା ପରେ ୩୩ କେଭି / ୧୧ କେଭି ସବ୍ ଷ୍ଟେସନ୍‌କୁ ପ୍ରଥମେ ୩୩ କେଭି ଯୋଗାଣର ପୁନରୁଦ୍ଧାର କରାଯାଇଛି

4. ୩୩ କେଭି, ୧୧ କେଭି ଓ ଏଲ୍‌ଟି ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ଦଳ  ସଡ଼କକୁ ସଫା କରିବା ଲାଗି ତୁରନ୍ତ ପାୱାର ଟିମ୍ ମୂତୟନ ।

5. ବିଦ୍ୟୁତ୍ ତାର ଉପରେ ପଡ଼ିଥିବା ଗଛ ଡାଳକୁ କାଟି ରୁଟ୍‌କୁ ସଫା କରିବା ଲାଗି ଏନ୍‌ଡିଆର୍‌ଏଫ୍ ଓ ଓଡିଆର୍‌ଏଏଫ୍ ସହିତ ମିଶି କାର୍ଯ୍ୟ କରାଯାଇଛି । ପୁନରୁଦ୍ଧାର ପ୍ରକ୍ରିୟା ସମୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ଏଡ଼ାଇବା ଲାଗି ଜିଲ୍ଲା ପ୍ରଶାସନ ସହ ସମନ୍ୱୟକୁ ନିଶ୍ଚିତ କରାଯାଇଛି ।

6. ୨୫ ୱାକି ଟକି ସେଟ୍ ପ୍ରଦାନ କରି ନିରବଚ୍ଛିନ୍ନ ଫିଲ୍ଡ ଯୋଗାଯୋଗକୁ ନିଶ୍ଚିତ କରାଯାଇଛି ।

7. କଂଟ୍ରୋଲ୍ ରୁମ୍ ମଧ୍ୟରେ ଯୋଗାଯୋଗ ଲାଗି ସାଟେଲାଇଟ୍ ଫୋନ୍‌ ଦିଆଯାଇଛି ।

8. ପିଏ ସିଷ୍ଟମ୍ ଜରିଆରେ ନିରନ୍ତର ଗଣ ସଚେତନତା ଯୋଗାଯୋଗ ।

9. କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଟିମ୍‌କୁ ଆବଶ୍ୟକ ପରିମାଣର ମେଡିକାଲ୍ ପିପିଇ ପ୍ରଦାନ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version