No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଚାନ୍ଦପୁର :- ଚାନ୍ଦପୁର କୋଭିଡ ସେଣ୍ଟର ରେ ସମ୍ କର୍ତ୍ତୃପକ୍ଷଙ୍କ ମନଇଚ୍ଛା ଚିକିତ୍ସା ରେ ରୋଗୀ ମୃତ – କେବେ ସୁଧୁରିବ ଚାନ୍ଦପୁର କୋଭିଡ ହସ୍ପିଟାଲ , ଆଉ କେବେ ପଡିବ ପ୍ରଶାସନ ର ଦୃଷ୍ଟି , କୋଭିଡ ଦାୟିତ୍ୱ ରେ ଥିବା ସମ୍ ଅଧିକାରୀ କରୁଛନ୍ତି ମନଇଚ୍ଛା ଚିକିତ୍ସା ଯେଉଁଥିପାଇଁ ରୋଗୀ ଜୀବନ ମୃତ୍ୟୁ ମୁଖରେ । ରଣପୁର ବ୍ଲକ ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ କୋଭିଡ ହସ୍ପିଟାଲରେ ଚାଲିଛି ନାନାଦି ବାଦ ବିବାଦ , ସମ୍ କର୍ତ୍ତୃପକ୍ଷଙ୍କ ମନଇଚ୍ଛା ରୋଗୀ ଚିକିତ୍ସା । ଏବେ ବିଭିନ୍ନ ସମସ୍ୟା ର ଗନ୍ତାଘର ପାଲଟିଛି ଚାନ୍ଦପୁର କୋଭିଡ ସେଣ୍ଟର । ସୂଚନାନୁସାରେ ରୋଗୀ ମୃତ୍ୟୁ କୁ ନେଇ ଦାୟୀ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ ବୋଲି ପ୍ରକାଶ ପାଉଛି ।
ପୂର୍ବରୁ କରୋନା ରୋଗୀ ଙ୍କ ଚିକିତ୍ସା ରେ ଅବହେଳିତ ମନୋବୃତ୍ତି ଓ ରୋଗୀ ଙ୍କ ଶବ କୁ ବଦଳ କରି ଜିଲ୍ଲାପାଳ ଙ୍କ ଦୃଷ୍ଟି ଗୋଚର ନକରି ମନଇଚ୍ଛା ଶବ ସତ୍କାର କରିବା ନେଇ ଏକ ଉତ୍ତେଜନା ସୃଷ୍ଟି ହୋଇ ସାରିଥିବା ବେଳେ ଏବେ ମଧ୍ୟ ଜନ ଉତ୍ତେଜନା ଦେଖାଦେଇଛି । ଘଟଣାନୁସାରେ କରୋନା ରେ ପୀଡିତ ଥିବା ଯୁବକ ଙ୍କ ମୃତ୍ୟୁ କୁ ନେଇ ଉପୁଜିଛି ଜନ ଉତ୍ତେଜନା । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କୁହୁଡି ଅଞ୍ଚଳର ଯଶୋବନ୍ତ ଜେନା କରୋନାରେ ଆକ୍ରାନ୍ତ ହୋଇ ଚିଲିକା ର ଆଇଏନଏସ ରେ ଚିକିତ୍ସାଧୀନ ଥିଲେ ପରେ ଉକ୍ତ ରୋଗୀ ଙ୍କୁ ଚାନ୍ଦପୁର ସ୍ଥିତ କୋଭିଡ ସେଣ୍ଟର କୁ ସ୍ଥାନାନ୍ତର କରାଯାଇଥିଲା ।
ଇତିମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ମାନେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା କଥା ପରିବାର ଲୋକଙ୍କୁ ଜଣାଇଥିଲେ । ହଠାତ ଯଶୋବନ୍ତ ଙ୍କ ମୃତ୍ୟୁ କୁ ନେଇ ଦାୟିତ୍ୱ ରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ଭିନ୍ନ ଭିନ୍ନ ମତ ରଖିଲେ ଯାହାଫଳରେ ରୋଗୀର ଅଚାନକ ମୃତ୍ୟୁ ଘଟିବା କଥା ପରିବାର ଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଥିଲା ପରେ କୋଭିଡ ସେଣ୍ଟର ରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରିବାର ପକ୍ଷରୁ ଚାନ୍ଦପୁର ଥାନା ରେ ସ୍ୱାସ୍ଥ୍ୟ କର୍ମୀ ଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ ହୋଇଥିଲା । ଏ ନେଇ ମୃତକ ଙ୍କ ପରିବାର ଙ୍କ ଉପସ୍ଥିତି ରେ ହସ୍ପିଟାଲ ପରିସର ରେ ଶବ ସତ୍କାର କରାଯାଇଥିଲା । ମୃତକ ଙ୍କ ଅଭିଯୋଗ ମୁତାବକ ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ଦାଶ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଅଧିକ ତଦନ୍ତ ଚଳାଇଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ।
No Result
View All Result