No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ବାଙ୍କୀ :- ଡମପଡ଼ା ବ୍ଲକ କୁଶପଙ୍ଗି ଗ୍ରାମପଂଚାୟତ ନିସ୍ତିପୁର ଗ୍ରାମରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ଏକ ମାସ ଭିତରେ ନିସ୍ତିପୁର ଗ୍ରାମରୁ ୨୦ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି । ତେଣୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆସନ୍ତା କାଲି ଠାରୁ ନିସ୍ତୁପର ପ୍ରାଇମେରୀ ସ୍କୁଲ ଠାରେ ଗ୍ରାମର ସମସ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା କରାଯିବ । ଗ୍ରାମର ସମସ୍ତେ ନିଜ ନିଜ ଘରର ସମସ୍ତ ପରିବାର ଲୋକଙ୍କୁ ନେଇ ସେଠାରେ କରୋନା ପରୀକ୍ଷା କରେଇବା ପାଇଁ ସରପଞ୍ଚ ପୁଷ୍ପଲତା ପରିଡା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଘରେ କେହି ଲୁଚିଛପି ନରହି କରୋନା ପରୀକ୍ଷା କରାଇ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ ।
କରୋନା ପରୀକ୍ଷା ରିପୋର୍ଟ ନଆସିଲା ପର୍ଯ୍ୟନ୍ତ ଶୁକ୍ରବାର ଠାରୁ ମଙ୍ଗଳବାର ସକାଳ ୬ଘଟିକା ପର୍ଯ୍ୟନ୍ତ ନିସ୍ତିପୁର ଗ୍ରାମରୁ କୌଣସି ବ୍ୟକ୍ତି ବାହାରକୁ ଯାଆନ୍ତୁ ନାହିଁ କିମ୍ବା ଯେଉଁମାନେ ଏହି ଗ୍ରାମର ବାହାର ଜିଲ୍ଲା ଏବଂ କଟକ ଜିଲ୍ଲାରେ ଚାକିରୀ କରିଛନ୍ତି କିମ୍ବା ଯିଏବି ବାହାରୁ ଆସୁଛନ୍ତି କାହାରିକୁ ଗାଁରେ ପ୍ରବେଶ କରାନ୍ତୁ ନାହିଁ । ଶୁକ୍ରବାର ଠାରୁ ମଙ୍ଗଳବାର ସକାଳ ୬ଘଣ୍ଟା ପର୍ଯ୍ୟନ୍ତ ଏହି ଗ୍ରାମକୁ କଣ୍ଟେ୍ନମେଣ୍ଟ୍ ଜୋନ୍ ଘୋଷଣା କରାଗଲା ବୋଲି ସ୍ଥାନୀୟ ସରପଞ୍ଚ ପୁଷ୍ପଳତା ପରିଡା ଘୋଷଣା କରିଛନ୍ତି । ଏହାର ନକଲ ଗ୍ରା.ପ. ପକ୍ଷରୁ ବାଙ୍କୀ ଉପଜିଲ୍ଲାପାଳ , ଡମପଡ଼ା ତହସିଲଦାର, ଡମପଡ଼ା ବି.ଡ଼ି.ଓ ଓ ବାଙ୍କୀ ଥାନା ଆଇ.ଆଇ.ସିକୁ ପ୍ରଦାନ କରାଯାଇଛି ।କୁସୁପଙ୍ଗି ସରପଞ୍ଚ ପ୍ରତିନିଧି ଅସିତ ଜେନା ଗ୍ରାମର ବିଭିନ୍ନ ସ୍ଥାନରେ ବୁଲି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନତା କରେଇ ଥିଲେ।ସୂଚନା ଯୋଗ୍ୟ ଗତ କାଲି ବାଙ୍କୀ ଉପଜିଲ୍ଲାପାଳ ଉକ୍ତ ଗ୍ରାମ ଓ ରଗଡି କୁ ମଇକ୍ରୋ କଣ୍ଟେ୍ନମେଣ୍ଟ୍ ଜୋନ୍ ଘୋଷଣା କରିବାର ଅଛି ।ବାଙ୍କୀ ଉପଜିଲ୍ଲାପାଳ ବାଙ୍କୀ ରେ କରୋନା କୁ ଚେକ ଦେବାପାଇଁ ନିଜ ଜୀବନ ଓ ଘରକୁ ଭୁଲି ସବୁବେଳେ ପ୍ରୟାସ ଜାରି ରଖିଛନ୍ତି।(ରିପୋର୍ଟ :ଗୌତମ ମିଶ୍ର)
No Result
View All Result