No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ବାଙ୍କୀ :- ବାଙ୍କୀ ଗାୟତ୍ରୀ ପରିବାର ପକ୍ଷରୁ ଆଜି ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଦିବଂଗତ ଆଇନ୍ଜୀବୀ ସୁଶାନ୍ତ ପ୍ରଧାନଙ୍କ ଅମରଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭା କରାଯାଇଥିଲା । କୋଭିଡ କଟକଣା ମଧ୍ୟରେ ଏହି ସଭାରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଦିବଂଗତ ପ୍ରଧାନଙ୍କର ଗୁଣାବଳି ଉଲ୍ଲେଖ କରାଯାଇଥିଲା । ପରିବାର ଟ୍ରଷ୍ଟର ସହଯୋଗୀ ଟ୍ରଷ୍ଟି ଜିତେନ୍ କୁମାର ରଥଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରବନ୍ଧକ ଅରୁଣ କୁମାର ବେହେରା, ଉପଦେଷ୍ଟା ସୁରେଶ ଚନ୍ଦ୍ର ମଲ୍ଳିକ, କୋଷାଧ୍ୟକ୍ଷ ଭରତ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ପ୍ରଭାତ ଦାଶ, ମୁରଲୀମୋହନ ମହାପାତ୍ର, ସୁଶାନ୍ତ କୁମାର ଭଞ୍ଜ, ଶ୍ରୀମତୀ ପୁଷ୍ପିତା ରଥ, ଶ୍ରୀମତୀ ରାଜଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଦିବଂଗତ ପ୍ରଧାନଙ୍କର ଗୁଣାବଳି ବର୍ଣ୍ଣନା କରିଥିଲେ ।
ସେହିପରି ଆଇନଜୀବୀ ସୁଶାନ୍ତ କୁମାର ପ୍ରଧାନଙ୍କ ବିୟୋଗରେ ବାଙ୍କୀ ଓକିଲ ସଂଘ ପକ୍ଷରୁ ଆଜି ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଓକିଲ ସଂଘ ସଭାପତି ଗୌରୀଶଙ୍କର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋକ ସଭାରେ ଉପସଭାପତି ସନ୍ତୋଷ କୁମାର ରଣା, ସାଧାରଣ ସଂପାଦକ ବିଶ୍ୱରଞ୍ଜନ ପଣ୍ଡା, ଆଇନଜୀବୀ ବକ୍ସି ସୁଧାଂଶୁ ରଞ୍ଜନ ପଟ୍ଟନାୟକ, ସରକାରୀ ଓକିଲ ପ୍ରଦୀପ ପୃଷ୍ଟି, ଧର୍ମପ୍ରସାଦ ମଙ୍ଗରାଜ, ସନ୍ତୋଷ କୁମାର ମିଶ୍ର, ଶିବପ୍ରସାଦ ପାଢ଼ୀ, ସନ୍ତୋଷ କୁମାର ନାୟକ, ସୁବାସ ସେଠୀ, ସୁଶୀଲ ମଙ୍ଗୀରଜ, ଜିତେନ୍ କୁମାର ରଥ, ତପନ ସେଠୀ, ପବିତ୍ର ପଟ୍ଟନାୟକ, ବିକାଶ କୁମାର କର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯିବା ସହିତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା ।ଏଥି ସହ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୁଚିତ ଜାତି ବିଭାଗ ର ଅଧ୍ୟକ୍ଷ ବାଙ୍କ ନିଧି ବେହେରା ସ୍ବର୍ଗତ ପ୍ରଧାନ ଙ୍କ ବିୟୋଗ ରେ ଶୋକ ପ୍ରକାଶ କରି ତାଙ୍କ ପରିବାର କୁ ମା ଚର୍ଚ୍ଚିକା ସାହା ହୁଅନ୍ତୁ ବୋଲି ପ୍ରକାଶ କରିଥିଲେ। (ରିପୋର୍ଟ :ଗୌତମ ମିଶ୍ର)
No Result
View All Result