ନୟାଗଡ଼ ଜିଲ୍ଲା ,ଗଣିଆ ବ୍ଲକ (ଓଡିଶା ତାଜା ନ୍ୟୁଜ୍ ) ଗଣିଆ ବ୍ଲକ 10.3.2020 ବ୍ୟସ୍ତ ବହୁଳ ଜୀବନରେ କାହାକୁ ବା କେତେବେଳେ ସମୟ ମିଳିଥାଏ ନିଜ ଜନ୍ମ ମାଟିକୁ ଯିବା ପାଇଁ । ପୁଣି ଦୁଇଟି ବଡ଼ ବଡ଼ ବିଭାଗ ସାଥିକୁ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ।
ଏ ଭିତରୁ ସମୟ କାଢି ନିଜ ଗାଁ ପାଇଁ ସମୟ ଦେବା ସମସ୍ତଙ୍କ ପାଖରେ ନିଶ୍ଚୟ କଷ୍ଟକର କଥା । ନିଜ ଗାଁ କୁ ଏଇ ହୋଲି ଛୁଟିରେ ସମୟ କାଢି ଯାଇଛନ୍ତି ମନ୍ତ୍ରୀ ଅରୁଣ । ଆଜି ନିଆରା ଢଙ୍ଗରେ ଛୋଟ ଛୋଟ ପିଲାଙ୍କ ଗହଣରେ ହୋଲି ଖେଳିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।
ଗାଁରେ ଉତ୍ସାହ ଉଲ୍ଲାସ ମଧ୍ୟରେ ସାନ ବଡ଼ ସମସ୍ତେ ମିଳିମିଶି ଗାଁ ବୁଲିବା ସହ ହୋଲି ଖେଳିଛନ୍ତି, ଭଲି ବଲ ମଧ୍ୟ ଖେଳିବାକୁ ଭୁଲି ନାହାନ୍ତି ଏବଂ ଭୋଜିଭାତ ର ଆୟୋଜନ ମଧ୍ୟ ହୋଇଛି ।