କଟକ (ଓଡିଶାତାଜାନିୟୁଜ୍ ) ବାଦାମବାଡ଼ି 10.3.2020 ରିପୋର୍ଟ – ସୋନାଲି :- ଭାଇଚାରାର ସହର ଏତିହ୍ୟ ନଗରୀ କଟକ । କଟକ ସହରର ସାମଗ୍ରିକ ବିକାଶ କିପରି ହୋଇପାରିବ ସେଥି ପାଇଁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଦିନ ଏସସିବି ମେଡିକାଲ କୁ ବିଶ୍ୱସ୍ତରୀୟ କରିବା ପାଇଁ ଭିତିପ୍ରସ୍ତର ସ୍ଥାପନ କରିସାରିଛନ୍ତି । ଏହା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ କିଭଳି ମିଳିପାରିବ ରାଜ୍ୟସରକାର ସଦାବେଳେ ପ୍ରୟାସ ଜାରି ରଖିଛନ୍ତି । ଆଜି ହୋଲି ଛୁଟି ଦିନ ଥିବା ବେଳେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ କର୍ମଚାରୀ ଭୋର ୦୫ ଟା ବେଳେ ଉପସ୍ଥିତ ଥିଲେ କଟକ ବସ ଷ୍ଟାଣ୍ଡ ରେ ।
ଜନସାଧାରଣ ଙ୍କ ମନରେ ଆଶା ଓ ଆଶଙ୍କା ହେବ କଣ । ମାଳ ମାଳ ଗାଡ଼ି ଥାଇ ବସ ଷ୍ଟାଣ୍ଡ ରେ ବଡ଼ ବଡ଼ ଅଫିସର ମାନେ । କିଛି ସମୟ ପରେ ଦେଖିଲା ବେଳକୁ ହଠାତ ପହଂଚିଲେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ । ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଭି.କାର୍ତ୍ତିକେୟ ପାଣ୍ଡିଆନ । ବାଦାମବାଡ଼ି ବସଷ୍ଟାଣ୍ଡ ବୁଲିଥିଲେ । ବାଦାମବାଡ଼ିକୁ ଉନ୍ନତମାନର ବସଷ୍ଟାଣ୍ଡରେ ପରିଣତ କରିବାକୁ ଆବଶ୍ୟକ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ଏହା ପରେ ଅନୁଗୁଳ ବସଷ୍ଟାଣ୍ଡ, ସେସୁ କାର୍ଯ୍ୟାଳୟ ପରିସରର ଜମି ବୁଲି ଦେଖିଥିଲେ ।
ସେହିପରି ଏସସିବି ସଂପ୍ରସାରଣ ପାଇଁ ରାଣୀହାଟ, ଯୋବ୍ରା ଅଞ୍ଚଳରେ ଚାଲିଥିବା କାମର ସମୀକ୍ଷା ମଧ୍ୟ କରିଥିଲେ । ମହାନଦୀ ବ୍ରିଜ ମୁଣ୍ଡରୁ ହାଡ଼ିଆପଠା ପର୍ଯ୍ୟନ୍ତ କାମର ଅଗ୍ରଗତି ସଂପର୍କରେ ଅଧିକାରୀଙ୍କଠୁ ପଚାରି ବୁଝିଥିଲେ । ଶେଷରେ ମ୍ୟାରିଟାଇମ ମ୍ୟୁଜିୟମ ଯାଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ସଚିବ । ଭୁବନେଶ୍ୱର ଫେରିବା ବାଟରେ ଖାନନଗର ବିଶ୍ୱନାଥ ପାଠାଗାର ଯାଇଥିଲେ ଭି.କାର୍ତ୍ତିକେୟ ପାଣ୍ଡିଆନ ।