• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହାନଦୀ ପୂର୍ବ ରୂପ କେବେ ଫେରିବ ନୀଳ ଜଳରାଶି ରେ କେବେ ଖେଳିବେ କୁମ୍ଭୀର ତାହା ନେଇ ଏବେ ଚିନ୍ତା ରେ ପରିବେଶ ପ୍ରେମୀ ଶୁଭେନ୍ଦୁ

Proprietor Abhimanyu Maharana by Proprietor Abhimanyu Maharana
May 26, 2021
in ଓଡ଼ିଶା, କଟକ, ହୋମ୍
0
ମହାନଦୀ ପୂର୍ବ ରୂପ କେବେ ଫେରିବ ନୀଳ ଜଳରାଶି ରେ କେବେ ଖେଳିବେ କୁମ୍ଭୀର ତାହା ନେଇ ଏବେ ଚିନ୍ତା ରେ ପରିବେଶ ପ୍ରେମୀ ଶୁଭେନ୍ଦୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୫ ମଇ ମଙ୍ଗଳବାର ) ବାଙ୍କୀ :- ଚିର ସ୍ରୋତା ଉତ୍କଳୀୟ ଗଙ୍ଗା ମହାନଦୀ ବାଙ୍କୀ ଦେଇ ବୋହି ଯାଇଥାଏ। କଣ୍ଟିଲୋ ଠାରୁ ମହାନଦୀ ମୁଣ୍ଡଳୀ ପର୍ଯ୍ୟନ୍ତ ବହୁ ଚଉଡା ଏଠାରେ ବର୍ଷ ତମାମ ପାଣି ରହି ଥାଏ ୨୦୧୩ ମସିହା ରେ ବାଙ୍କୀ ର ଚର୍ଚିକା ପୀଠ ର ରେଣୁକା ଘାଟ ରେ ଦେଖିବାକୁ ମିଳିଥିଲା ଏକ ୧୦ ଫୁଟ ର ବିଶାଳ ଥଣ୍ଟିଆ କୁମ୍ଭୀର ଟି । କେହି ଗ୍ରାମବାସୀ ଆଉ ଗାଧେଇବା ପାଇଁ ପାଣିରେ ପଶିଲେ ନାହିଁ । ସ୍ଥାନୀୟ ବନ ବିଭାଗ କୁ ମଧ୍ୟ ଜଣାଇଥିଲେ କିନ୍ତୁ ବନ ବିଭାଗ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିନଥିଲେ ।

ତା ପରେ ସ୍ଥାନୀୟ ଯୁବକ ମାନେ ନିଜର ଜ୍ଞାନ କୌଶଳ ପ୍ରୟୋଗ କରି କୁମ୍ଭୀର କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ଯଦିଓ ସେମାନେ ସଫଳ ହେଲେ ନାହିଁ ଏବଂ କୁମ୍ଭୀର ଟି ଖସି ପଳେଇଥିଲା, କିନ୍ତୁ ସେହି ଦୃଶ୍ୟ କିନ୍ତୁ ମହା ନଦୀ ର ଏଭଳି ଏକ ରୁପର ମୂକସାକ୍ଷୀ ଥିଲା ଯାହା ଆଉ ଦେଖିବାକୁ ମିଳୁନାହିଁ । ସେତେବେଳେ ଉତ୍ସାହୀ ସାହସୀ ଯୁବକଙ୍କର ସେହି ବିଫଳ କିନ୍ତୁ ହାସ୍ୟାସ୍ପଦ ଅଭିଯାନ କୁ ନିଜ ମୋବାଇଲ ରେ ସୁଟିଂ କରିଥିଲେ ବର୍ତ୍ତମାନ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ସେତେବେଳେ ସେ କିନ୍ତୁ ସ୍ନେକ ହେଲ୍ପ ଲାଇନ ରେ ଯୋଗ ଦେଇ ନଥିଲେ ।

ଏକ ଲମ୍ବା ବାଉଁଶ ରେ ଦଉଡି କୁ ଫାସ କରି କୁମ୍ଭୀରର ଥଣ୍ଟ ରେ ଫସେଇ ବା ପାଇଁ ପ୍ଲାନ କରାଗଲା । ଡିସ୍କଭରି ଚ୍ୟାନେଲ ରେ ଯେମିତି କୁମ୍ଭୀର ଧରାଯାଏ ସେହିପରି ଥଣ୍ଟିଆ କୁମ୍ଭୀର ର ମୁହଁରେ ଫାଶଟିକୁ ପକେଇବାରେ କିନ୍ତୁ ସଫଳ ହେଇଥିଲେ ଯୁବକ ମାନେ । ସେତେବେଳ ପର୍ଯ୍ୟନ୍ତ କୁମ୍ଭୀର ଟିର ଆକାର ବିଷୟରେ ଧାରଣା କରିପାରିନଥିଲେ ଯୁବକ ମାନେ ।ଯେତେବେଳେ କୁମ୍ଭୀର ଟି କୂଳକୁ ଆସିଲା ସେତେବେଳେ ଯୁବକ ମାନେ ଜାଣିଲେ ଯେ କୁମ୍ଭୀର ଟିର ଆକାର ସେମାନଙ୍କ କଳ୍ପନା ଠାରୁ ଢେର ବଡ଼ । କୁମ୍ଭୀରର ଅଧା ଦେହ ମାଟି ଉପରକୁ କୁ ଆସିବା ପରେ ତା ଆଖିରେ ଏକ ଗାମୁଛା ପକେଇ ତାକୁ କାବୁ କରି ନନ୍ଦନକାନନ କର୍ତ୍ତୃପକ୍ଷ ଙ୍କୁ ଖବର ଦିଆଯିବାର ଯୋଜନା ଥିଲା ।

ତେବେ ୧୦ଫୁଟ ଲମ୍ବର ଥଣ୍ଟିଆ କୁମ୍ଭୀର ର ବଲ ଆଗରେ ଯୁବକ ମାନଙ୍କ ବଳ ଫେଲ ମାରିଥିଲା । ଯୁବକ ମାନେ ଝଟକା ରେ କୁମ୍ଭୀରଟି ବାନ୍ଧି ଥିଲେ ମାତ୍ର କୁମ୍ଭୀର ରସି କୁ ଚିଣ୍ଡେଇ ଦେଇ ବୁଲି ପଡି ମହାନଦୀ ର ନୀଳ ଜଳ ରାଶି ଭିତରେ ଅଦୃଶ୍ୟ ହେଇଯାଇଥିଲା । ପରବର୍ତ୍ତୀ ସମୟ ରେ ଏହିଭଳି ଏଜ ଥଣ୍ଟିଆ କୁମ୍ଭୀର ପୁରୀ ମେନ କେନାଲ ରୁ ଉଦ୍ଧାର କରାଯାଇ ନନ୍ଦନକାନନ ରେ ଛଡ଼ାଯାଇଥିଲା । ତେବେ ଆଜି ୨୦୧୩ ମସିହାର ଲଳିତ ସୁଟିଂ କରିଥିବା ସେହି ଭିଡ଼ିଓ ଟି ଅନେକ ବାର୍ତା ଦେଉଛି । ସେ ସମୟ ର ମହାନଦୀ ଏବେ ଆଉ ନାହିଁ,ଏହି ଭିଡିଓ ଟି କୁ ଦେଖିଲେ ଏବେ କେହି ବିଶ୍ୱାସ କରିନପାରନ୍ତି କିନ୍ତୁ ଏହା ସତ୍ୟ ।

କୁମ୍ଭୀର ଟି ରସି ରେ ଫସି ଥିବା ବେଳେ ପାଣି ଭିତରେ କଡ଼ ଲେଉଟାଇବା ବେଳେ ଯେଉଁ ମହା ନଦୀର ସୁନୀଳ ଜଳରାଶି ରେ ଯେଉଁ ଉତ୍ତାଳ ଢେଉ ସୃଷ୍ଟି ହେଇଥିଲା ତାହା ଦେଖଣାହାରୀ ଙ୍କ ମନରେ ଭୀତି ସଞ୍ଚାର କରିଥିଲା ।ମହାନଦୀ ଅମରକଣ୍ଟକ ମାଳଭୂମି ରୁ ବାହାରି କଟକ ଜିଲ୍ଲା ଠାରୁ ବହୁ ସାଖା ନଦୀ ରେ ଭାଗ ହୋଇ ବଙ୍ଗୋପସାଗର ରେ ମିଶିଛି, କଟକ ଜିଲ୍ଲାର ବାଙ୍କୀ ଠାରେ ମହାନଦୀ ର ଓସାର ସବଠୁ ଅଧିକା । ସେ ସମୟରେ ବାଙ୍କୀ ଠାରେ ମହାନଦୀ ରେ ବହୁ ଜଳ ପ୍ରଭାବିତ ହେଉଥିଲା । ଏବେ କିନ୍ତୁ ତାହା ସ୍ୱପ୍ନ । ଛତିଶଗଡ଼ ରାଜ୍ୟର ମାନମୁଖୀ ଆନିକଟ ନିର୍ମାଣ ଫଳରେ ଓଡ଼ିଶାରେ ମହାନଦୀ ଶ୍ରୀହୀନ ହୋଇ ସାରିଲାଣି ।ସେତେବେଳେ ବାଙ୍କୀରେ ବନ ବିଭାଗ କୁମ୍ଭୀର ପାଇଁ ବାରମ୍ବାର ଅନୁରୋଧ କଲେ ମଧ୍ୟ ଉଦ୍ଧାର ପାଇଁ ଆସିନଥିଲେ ।

ଏବେ ମଧ୍ୟ ଅବସ୍ଥା ସୁଧୁରି ନାହିଁ । ମହା ନଦୀରେ ଥଣ୍ଟିଆ କୁମ୍ଭୀରଟି ସମ୍ଭବତଃ ସାତକୋଶିଆ ରେ ନନ୍ଦନକାନନ କର୍ତ୍ତୃପକ୍ଷ ଯେଉଁ କୁମ୍ଭୀର ଛାଡିଥିଲେ ସେଇଥରୁ ଗୋଟିଏ ବୋଲି କୁହନ୍ତି ତତ୍କାଳୀନ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ, ଯିଏ କି ନିଜେ ପୁରୀ କେନାଲ ରେ କୁମ୍ଭୀର ଉଦ୍ଧାର ଅପରେସନ ର ପ୍ରତ୍ୟକ୍ଷଦର୍ଶୀ ଥିଲେ । ରାଜ୍ୟ ସରକାର ଛତିଶଗଡ଼ ସରକାରଙ୍କୁ ଯେନ ତେନ ପ୍ରକାରେ ଚାପ ପକେଇ ମହା ନଦୀ ଜଳ କୁ ସେଇ କୁମ୍ଭୀର ଯେଉଁ ଭଳି ଗଭୀର ଜଳରେ ରହୁଥିଲା ଅର୍ଥାତ ମହା ନଦୀ ର ସେଇ ପୁରୁଣା ଚେହେରାକୁ ଫେରେଇ ଆଣିବା ପାଇଁ ପ୍ରଯତ୍ନ କରିବା ଆବଶ୍ୟକ ।

ମହାନଦୀ ରେ ଜଳ ନରହିବାରୁ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି ନିଜେ ମହାନଦୀ। ନଦୀ ରେ ପାଣି ନଥିବାରୁ କେନାଲ ଶୁଷ୍କ ଚାଷୀ କିପରି ଫସଲ କେଇବ ।ଜନ ଜୀବିକା ପିଇବା ପାଣି ପାଇଁ ହାକାର କେନ୍ଦ୍ର ସରକାର ଆଛା ଦିନ କହି କହି ଭୋଟ ନେଇ ଚୁପ।ରାଜ୍ୟ ସରକାର ଯେତେ କହିଲେ କିଏ ଶୁଣୁଛୁ ବିଜେପି ର ମାନମାନି ପାଇଁ ଆଜି ମହାନଦୀ ମାରିବାକୁ ବସିଲାଣି ।କେନ୍ଦ୍ର ସରକାର ଏଥି ପ୍ରତି ଧ୍ୟାନ ଦେଇ ରାଜ୍ୟ ସରକାର ସହ ବୁଝାମଣା କରି ଛତିଶ ଗଡ଼ ବ୍ୟାରେଜ ରୁ ପାଣି ଛାଡିବା ପାଇଁ ବହୁ ବୁଦ୍ଧି ଜୀବୀ ଅନୁରୋଧ କରିଛନ୍ତି।ଏହା ଫଳରେ ମହାନଦୀ ପୂର୍ବ ରୂପ ଫେରି ପାରିବ । (ରିପୋର୍ଟ / ଗୌତମ ମିଶ୍ର।)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version