No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କନ୍ଧଗଣି ଛକରେ ମୋହନା ପୁଲିସ ଏସଆଇ ସ୍ଵରବ କିଷାନ ଓ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଅଟୋରୁ ୨୧୮ କିଲୋ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଘଡ଼ଙ୍ଗର ଗାଁର ଦିଲ୍ଲିପ ପାଇକ (୩୭)। ଅଭିଯୁକ୍ତ ଜଣକ ତୁମାଙ୍ଗପଦର ଅଞ୍ଚଳରୁ ଗଞ୍ଜେଇ ନେଇ ଗଞ୍ଜାମ ଜିଲ୍ଲା ଅଭିମୁଖେ ଚାଲାଣ କରୁଥିବା
ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଲୁହାଗୁଡି ପଞ୍ଚାୟତ ଅଧିନ କନ୍ଧଗଣି ଛକରେ ଅଟୋକୁ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ପୁଲିସ ଅଟୋରୁ ୭ ବସ୍ତା ଗଂଜେଇ ଜବତ କରିଛି। ଏହି ବସ୍ତା ଗୁଡ଼ିକୁ ଓଜନ କରିବାବେଳେ ସ୍ଥାନୀୟ ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା ଉପସ୍ଥିତ ଥିଲେ। ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛାନ୍ତି । ଏନେଇ ମୋହନା ଥାନା କେସ ନମ୍ୱର ୧୦୫/୨୧ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result