No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ମଇ ମଙ୍ଗଳବାର ) ମୋହନା :- ମୋହନା ବ୍ଳକ ଅନ୍ତର୍ଗତ କଟାମା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ପାତ୍ରଙ୍କ ସୋମବାର ଦିନ ଆକସ୍ମିକ ବିୟୋଗ ଘଟିଛି । ସେ ନିଜ ଗ୍ରାମ କିନାରିରେ ରହୁଥିବା ବେଳେ କିଛି ଦିନ ହେଲା ଜ୍ଵରରେ ଆକ୍ରାନ୍ତ ଥିଲେ । ଘରେ ରହି ଚିକିତ୍ସିତ ହେଉଥିଲେ ।
ରବିବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନିଜ ଶ୍ଵଶୁର ଘର ମୋହନା ନିକଟସ୍ଥ ପି.ଗୋବିନ୍ଦପୁର ଆଣିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ସେଠୁ ମହାପ୍ରୟାଣ ଗାଡି ଯୋଗେ ନିଜ ଗ୍ରାମକୁ ନେଇ ଶବ ସତ୍କାର କରିଛୁନ୍ତି ପରିବାର ଲୋକେ । ଏହି ଖବର ପହଞ୍ଚିବା କ୍ଷଣି କଟାମା ପଞ୍ଚାୟତବାସୀ ଓ ବ୍ଳକ କାର୍ଯ୍ୟଳୟ ରେ କର୍ମଚାରୀ ମାନଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result