No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଆଶାକର୍ମୀ ସଂଘର ସଭାନେତ୍ରୀ ପଙ୍କଜିନୀ ନାୟକଙ୍କ ନେତୃତ୍ବରେ ବ୍ଳକର ବିଭିନ୍ନ ପଞ୍ଚାୟତର ଆଶାକର୍ମୀଙ୍କ ଉପସ୍ଥିତରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ବର୍ଷରୁ କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଘର ଘର ବୁଲି ସର୍ଭେ କରିବା,ଟିଏମସିରେ କାର୍ଯ୍ୟ କରିବା,ହୋମ ଆଇସୋଲେସନରେ ରହିବାକୁ ପ୍ରବାସୀଙ୍କୁ ପ୍ରବର୍ତ୍ତାଇବା ପରି ଅନେକ କାର୍ଯ୍ୟ ଆଶାକର୍ମୀ ମାନେ କରିଆସୁଛନ୍ତି । ଏଥିପାଇଁ ସେମାନଙ୍କୁ ସ୍ଵତନ୍ତ୍ର ତାଲିମ ମଧ୍ୟ ଦିଆଯାଇଛି । ନିଜ ଜୀବନକୁ ବାଜି ଲଗାଇ ସେମାନେ ତାଙ୍କ ଦାୟିତ୍ଵ ତୁଲାଇବାରେ ଅବହେଳା କରି ନାହାନ୍ତି । ହେଲେ ସରକାର ତାଙ୍କ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ଆଣିଛନ୍ତି ।
କାର୍ଯ୍ୟ କ୍ଷେତ୍ରରେ ତାଙ୍କର କିଛି ହୋଇଯାଏ ତେବେ ସେମାନଙ୍କ ଜୀବନ ବୀମା ନାହିଁ କି ସ୍ଥାୟୀ ଦରମା ବ୍ୟବସ୍ଥା ନାହିଁ । ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ପ୍ରତିଟି କାର୍ଯ୍ୟ କରି ଆସୁଥିଲେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାର ସେମାନଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ଅଣଦେଖା କରୁଛନ୍ତି । କରୋନା ସର୍ଭେ ସମୟରେ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯିବା ପାଇଁ ଦାବି କରିଛନ୍ତି । ତେବେ ଏଥର ଦାବି ପୂରଣ ନହେଲେ କୋଭିଡ ଡ଼୍ୟୁଟି ବର୍ଜନ ନିଷ୍ପତ୍ତି ନେଇଥିବା ଆଶା କର୍ମୀ ଗଣ ପ୍ରକାଶ କରିଛନ୍ତି । ଦାବିପତ୍ରଟି ନର୍ଲା ଏବିଡିଓ ଦେବେନ୍ଦ୍ର ସାମଲ ଓ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା ସନତ କୁମାର ଶତପଥୀଙ୍କୁ ପ୍ରଦାନ କରାଯାଇଥିବା ଆଶା ସଂଘ ପକ୍ଷରୁ ଜଣାଯାଏ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result