ଟାଟା ପାୱlରର ଲୋ ଭୋଲଟେଜ ସାଙ୍ଗକୁ ଘନ ଘନ ବିଦ୍ୟୁତ କାଟ୍ : ଲୋକଙ୍କ ଚିନ୍ତା ବଡ଼ାଇ ଦେଇଛି

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ରାଜଘାଟ :- ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦ୍ଦା ରୋଡ, ରାଜଘାଟ, ମୁକୁଳସି, ଭେଲୋରା, ପାଉଁଶକୁଲି, ସିଂଲା, କରୁଆ ଆଦି ଅଞ୍ଚଳରେ ଲଗାତାର କିଛି ଦିନ ଧରି ଲୋ ଭୋଲଟେଜ ସାଙ୍ଗକୁ ଘନ ଘନ ବିଦ୍ୟୁତ କାଟ୍ ଲୋକଙ୍କ ଚିନ୍ତା ବଡ଼ାଇ ଦେଇଛି । ଏନେଇ ବସ୍ତା ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ମୁଣ୍ଡ ଫଟା ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଲୋକେ ଅତିଷ୍ଠ ହେଉଥିବା ବେଳେ, ବିଜୁଳି ସମସ୍ୟା ପାଇଁ ଉଠା ଜଳ ସେଚନରୁ ପାଣି ମଧ୍ୟ ଆଵଶ୍ୟକତା ମୁତବାକ ଅଣ୍ଟୁନାହିଁ । ସେହିଭଳି ସାମାନ୍ୟ ବର୍ଷା ହେଲେ ବିଦ୍ୟୁତ କାଟ ହେଉଛି । ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାରେ ବିଦ୍ୟୁତ ବିଭାଗର ଅପାରଗତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

ଏଥି ପ୍ରତି ଟାଟା ପାୱlରରା ନେସ୍କୋ କର୍ତ୍ତୃପକ୍ଷ ଲୋକଙ୍କ ସମସ୍ୟାକୁ ଗୁରୁତର ସହକାରେ ନେଇ ସମସ୍ୟାର ସମାଧାନ ପାଇଁ ସାଧରଣରେ ଦାବି ହୋଇଛି । ସମସ୍ୟା ସମାଧାନ ନ ହେଲେ ବିଦ୍ୟୁତ ଉପଭୋକ୍ତାମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କଡା ଚେତାବନୀ ଦେଇଛନ୍ତି ।    (ଦୀପ୍ତିମାନ ପତି, ବାଲେଶ୍ୱର)