No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ମଇ ରବିବାର ) ନୟାଗଡ଼ ରିପୋର୍ଟ /ସୋନାଲି :- ଡ଼ ଅରୁଣ କୁମାର ସାହୁଙ୍କ ରାଜନୈତିକ ଜୀବନ କଲେଜ ସମୟରୁ ଆରମ୍ଭ ହୋଇଯାଇଥିଲା ଯାହା ଫଳରେ ଆଜି ବି ଲୋକ ଙ୍କ ସେବା ରେ ନିଜକୁ ଉତ୍ସର୍ଗ କରି ଆସିଥିବା ଡ଼ ସାହୁ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରେରଣାଦାୟୀ ହୋଇ ପାରିଛନ୍ତି । ଡ଼ ସାହୁ ପ୍ରଥମ ଥର ପାଇଁ ୨୦୦୪ ମସିହାରେ ବିଧାନସଭା ଆସନ ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ତରଫରୁ ଇଲେକ୍ସନ ଲଢ଼ି ପ୍ରଥମ ରାଜନୈତିକ ସୋପାନ ପାର କରିଥିଲେ ।

ତତପର ଠାରୁ ୨୦୨୧ ପର୍ଯ୍ୟନ୍ତ ଚାରି ଥର ନିର୍ବାଚିତ ହୋଇ ବିଧାନସଭା ଆସନ ଅଳଙ୍କୃତ କରି ଆସିଛନ୍ତି ଏବଂ ନିଜ ନିର୍ବାଚନ ମଣ୍ଡଳୀ ରେ ଲୋକଙ୍କ ଆଦରଣୀୟ ବିଧାୟକ ହୋଇପାରିଛନ୍ତି । ଏହି ରାଜନୈତିକ ଜୀବନ ମଧ୍ୟରେ ରାଜ୍ୟରେ ତିନି ଥର ମନ୍ତ୍ରୀ ପଦ ହାସଲ କରି ସାରା ରାଜ୍ୟରେ ରାଜ୍ୟବାସୀଙ୍କ ସୁଖ ଦୁଃଖ ର ସାଥି ହୋଇଆସିଛନ୍ତି । ବର୍ତ୍ତମାନ କୃଷି , ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାବେ ପଦ ଅଳଙ୍କୃତ କରିଥିବା ବେଳେ କୃଷି କ୍ଷେତ୍ର ରେ ମନୋନିବେଶ , ଯୁବ ଉଦ୍ୟୋଗ ତଥା ଉନ୍ନତ କୃଷି ପ୍ରଣାଳୀ କୁ ଦର୍ଶାଇ କୃଷକ ମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମନ୍ତ୍ରୀ ଦିଶା ଦେଖେଇଛନ୍ତି ।

ଉଚ୍ଚଶିକ୍ଷା ପାଇଁ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ମନୋବଳ ଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି । ଖାଲି ସେତିକି ନୁହେଁ କରୋନା ମହାମାରୀ ପ୍ରତିବନ୍ଧକ ସାଜିଥିଲେ ମଧ୍ୟ ନିଜ ଅଞ୍ଚଳର ବିକାଶ ଧାରାରେ କୌଣସି ବାଧକତା ପରିଲକ୍ଷିତ ହେଉନାହିଁ ଏବଂ ଏବେ ବି ଅନଲାଇନ ଭର୍ଚୁଆଲ ବୈଠକ ମାଧ୍ୟମରେ ଲୋକ ଙ୍କ ପାଖରେ ପହଞ୍ଚି ପାରିଛନ୍ତି ମନ୍ତ୍ରୀ ଅରୁଣ ସାହୁ ତଥା ସମସ୍ତଙ୍କ ହୃଦୟରେ ପ୍ରିୟର ପାତ୍ର ହୋଇଛନ୍ତି । ତେଣୁ ଆଜି ଦିନ ଟିରେ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ସମସ୍ତ କାର୍ଯ୍ୟଭାରକୁ ବହନ

କରିବା ପାଇଁ ବିଧାନସଭା ରେ ଶପଥ ପାଠ କରିଥିଲେ ଡ଼ ଅରୁଣ ସାହୁ । ନୟାଗଡ଼ ନିର୍ବାଚନ ମଣ୍ଡଳୀ ମାଟିର ସେବା ପାଇଁ ଆଜିର ଦିନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଜନତା ଐତିହାସିକ ବିଜୟୀ କରି ଜନତାଙ୍କ ସେବା ପାଇଁ ବିଧାୟକ ପଦବୀରେ ରାଜନୈତିକ ଜୀବନ ଯାତ୍ରାରେ ନିଜକୁ ଲୋକଙ୍କ ସେବାରେ ସମର୍ପି ଦେଇଛନ୍ତି ଡ଼ ସାହୁ । ଲୋକଙ୍କ ପାଇଁ ଓ ଲୋକଙ୍କୁ ସାଙ୍ଗରେ ନେଇ ଏହି ଗୁରୁ ଦାୟିତ୍ୱ କୁ ସୁଚାରୁ ରୂପେ ତୁଲାଇ ଆସିଛନ୍ତି । ମନ୍ତ୍ରୀ ଙ୍କୁ ନିର୍ବାଚନ ମଣ୍ଡଳୀ ତଥା ରାଜ୍ୟବାସୀଙ୍କ ଠାରୁ ପାଇଥିବା ସ୍ନେହ ଶ୍ରଦ୍ଧା ଏବଂ ଭଲ ପାଇବା ସହ ଆଗକୁ ନୂତନ ପଥ ଓ ପ୍ରଗତି କ୍ଷେତ୍ରରେ ଆଗକୁ ବଢିବାକୁ ସାହାର୍ଯ୍ୟ କରିବ ।
No Result
View All Result