ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଲୋକସେବା ଭବନ ତା-8.3.2020 :- ଭୁବନେଶ୍ୱର, ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ମହିଳା ସଶକ୍ତିକରଣ ଓ ବିକାଶ କ୍ଷେତ୍ରରେ ଓଡ଼ି଼ିଶା ଆଗୁଆ ରହିଥିବାରୁ ଖୁସି ପ୍ରକାଶ କରିଛନ୍ତି । ମହିଳାମାନଙ୍କ ସଫଳତା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ସମ୍ମୋହିତ କରିଛି ଏବଂ ମହିଳା ସଶକ୍ତିକରଣ ପାଇଁ ଓଡିଶା ସରକାର ସବୁବେଳେ ତତ୍ପର ଥିବା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୦ଲକ୍ଷ ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସବଳ କରିବା ପାଇଁ ସରକାର କାମ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହିଳାଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁଁ ବହୁତ ଖୁସି ଯେ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ । ବିକାଶର ସବୁ କ୍ଷେତ୍ରରେ ଆମର ମା’ ମାନେ ଆଜି ଆଗରେ । ଆମ ମା’ ମାନଙ୍କର ସଂଗ୍ରାମ, ଆତ୍ମ ବିଶ୍ୱାସ ଓ ସଫଳତା ଆମ ସମସଙ୍କୁ ଅନ୍ରୁାଣିତ କରିଛି । ୭୦ ଲକ୍ଷ ମା’ ମାନଙ୍କୁ ନେଇ ମିଶନ ଶକ୍ତି, ମମତା କାର୍ଯ୍ୟକ୍ରମ ଓ ପଞ୍ଚାୟତିରାଜରେ ୫୦% ସଂରକ୍ଷଣ, ଆଜି ମା’ ମାନଙ୍କ ସାମାଜିକ ଅର୍ଥନୈତିକ ସଶକ୍ତିକରଣ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହୋଇଛି । କ୍ରୀଡ଼ାଠାରୁ ଆରମ୍ଭ କରି ଏଣ୍ଟରପ୍ରେନରସି୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମା’ ମାନଙ୍କର ସଫଳତା ବେଶ୍ ଉତ୍ସାହଜନକ ।
ରାଜ୍ୟ ସରକାର ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଚଳିତ ବର୍ଷ ର୍ବେ ଆମେ ସ୍ୱତନ୍ତ୍ର ନ୍ୟୁଟ୍ରିସନ୍ ବଜେଟ୍ ଆଣିଛୁ । ମା’ ଓ ଶିଶୁଙ୍କ ନ୍ୟୁଟ୍ରିସନ୍ ଉପରେ ଏହା ଫୋକସ କରିବ । ଓଡ଼ିଶା ମହିଳା ସଶକ୍ତୀକରଣ କ୍ଷେତ୍ରରେ ଦେଶରେ ଏକ ଆଗୁଆ ରାଜ୍ୟ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୂତି ଚାନ୍ଦ, ପ୍ରତିଭା ରାୟ, ନନ୍ଦିତା ଦାସ ଖାଲି ଦେଶ ନୁହେଁ ବିଶ୍ୱରେ ଓଡ଼ିଶାର ନାଁକୁ ଗୌରବାନ୍ୱିତ କରିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଏମାନେ ସାରା ଦେଶର ମହିଳାମାନଙ୍କ ପାଇଁ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମା’ ମାନଙ୍କ ଅଧିକାର, ମା ମାନଙ୍କ ହକ୍ ଓ ମା ମାନଙ୍କ କଲ୍ୟାଣ ପାଇଁ ମୋ ସରକାର ଦୃଢତାର ସହ କାମ କରୁଛି ଓ କରିଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ ଗଠନ ହେବ । ଦେଶର ପ୍ରଥମ ରାଜ୍ୟ ଭାବେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଗଠନ ହେବ । ଏହି ବିଭାଗ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ । ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ଓ ମମତା ଯୋଜନାରେ ଉପକୃତ ହେଉଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ଘୋଷଣାକ୍ରମେ ମୁଖ୍ୟମନ୍ତ୍ରୀ ଆଜି ଅପହଞ୍ଚ ଇଲାକାରେ ପୁଷ୍ଟିସାଧନର ରୂାନ୍ତରଣ ଓ ପ୍ରଗତି ପାଇଁ ‘ସୋପାନ’ ନାମକ ଏକ ନୂତନ ଷ୍ଟ୍ରାଟେଜି ଘୋଷଣା କରିଛନ୍ତି ।