No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ମେ ରବିବାର ) ଦଶପଲ୍ଲା :- କରୋନା ର ଦ୍ଵିତୀୟ ଲହରୀ ଯୋଗୁଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାରେ ମଧ୍ୟ କରୋନା ରେ ଶହ ଶହ ଲୋକ ସଂକ୍ରମଣ ହେବାରେ ଲାଗିଛନ୍ତି।ଏଭଳି ପରିସ୍ଥିତି ରେ ଜନସାଧାରଣ ଙ୍କୁ କରୋନା ସଂକ୍ରମଣ ରୁ ସୁରକ୍ଷିତ ରଖିବା ପାଇଁ ଆଗେଇ ଆସିଛନ୍ତି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ବ୍ଲକ୍ ବାଣିଗୋଛା ଠାରେ ଜନସାଧାରଣ ଙ୍କୁ କରୋନା ମହାମାରୀ ରୁ ସୁରକ୍ଷିତ ରହିବା ପାଇଁ ସଚେତନତା କରିବା ସହ ମାସ୍କ ବଣ୍ଟନ କରିଥିଲେ।କେବଳ କରୋନା ମହାମାରୀ ନୁହେଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ସୁଖ ଦୁଃଖରେ ସାମିଲ ହୋଇ ସମସ୍ୟା ଦୂରୀକରଣ କରୁଛନ୍ତି ଦଶପଲ୍ଲା ବିଧାୟକ।ଦଶପଲ୍ଲା ବିଧାୟକ ଶ୍ରୀ ବେହେରାଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

No Result
View All Result