No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ମଇ ରବିବାର ) ପାଟଣାଗଡ଼ :- ଯୋଗିମୁଣ୍ଡା କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିନରେ ନିୟୋଜିତ ହେଇଥିବା ଅସ୍ଥାୟୀ କର୍ମଚାରୀଙ୍କ ମାସିକ କାର୍ଯ୍ୟ ର ସମୟସୀମା ବଢ଼ାଇବାକୁ ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଯୋଗିମୁଣ୍ଡା କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିନରେ ନିୟୋଜିତ ଥିବା ଚେକର , ବାଇଡିଙ୍ଗ ଚେକର ହେଡ ଚେକର ବାଇଡିଙ୍ଗ,ମନସୀ ,ଚପରାପି ପ୍ରମୁଖ ଙ୍କୁ କେନ୍ଦୁପତ୍ର ଗୋଛାକଟା କାମ ଆରମ୍ଭ ରୁ କାର୍ଯ୍ୟ ରେ ଯୋଗ ଦେଇଥାନ୍ତି ।
ହେଲେ ପତ୍ର ବନ୍ଧା କାର୍ଯ୍ୟ ରେ ସର୍କଲ ଚେକର ବାଇଡିଙ୍ଗ ଚେକର ହେଡ ଚେକର ମନସି ,ଚପରା ମାନଙ୍କୁ କେବଳ ତିନି ମାସ କାମରେ ନିୟୋଜିତ ହୋଇଥାନ୍ତି । କେବଳ ସରକାରୀ ଅଧିକାରୀ ଭାବରେ ଫରେଷ୍ଟର ନିୟୋଜିତ ଥିବା ବେଳେ କାମ ଥାଇ ମଧ୍ୟ ସକର୍ଲ ଅଧିନରେ ନିୟୋଜିତ ଥିବା ଚେକର ଙ୍କୁ କାମ ଥାଇ ମଧ୍ୟ ତିନି ମାସ ପରେ ତାଙ୍କ କାମ ବନ୍ଦ କରାଯାଇଥାଏ ବୋଲି ଅଭିଯୋଗ ହୋଇଛି ।
କେନ୍ଦୁପତ୍ର ଫଡିରେ ପତ୍ର ବନ୍ଧା କାର୍ଯ୍ୟ ବାରମାସିଆ ପତ୍ର ବନ୍ଧା କାର୍ଯ୍ୟ ଚାଳିଥିବା ବେଳେ ଏହି କାମରେ ସର୍କଲ ଚେକର ମାନଙ୍କୁ ନିୟୋଜିତ କରାଯାଉନଥିବା ଅଭିଯୋଗ ହେଉଛି । ତେଣୁ ସର୍କଲ ଚେକର ମାନଙ୍କୁ ତିନି ମାସିଆ କାମ ରୁ ଛଅ ମାସକୁ ବର୍ଦ୍ଧିତ କରିବାକୁ ଦାବି ହେଉଛି । (ପାଟଣାଗଡ଼ /ଗୋରେଖନାଥ ବରିହା)
No Result
View All Result